ଆବର୍ଜନାମୟ ହୋଇପଡିଛି ପାଇକମାଲ :ଅବହେଳିତ ନୃସିଂହନାଥ ପୀଠ

0 72

ପଦ୍ମପୁର,୧୦/୪- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ସଦର ଗ୍ରାମ ରାଜ୍ୟ ତଥା ରାଜ୍ୟ ବାହାରେ ଏକ ଚିରପରିଚିତ ନାମ କାରଣ ଏହି ସହର ସହ ଯୋଡ଼ିହୋଇ ରହିଛି ପଶ୍ଚିମ ଓଡ଼ିଶାର ଅନନ୍ୟ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର । ଏହି ଅନନ୍ୟ ପର୍ଯ୍ୟଟନସ୍ଥଳୀକୁ ନିତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଶହଶହ ପର୍ଯ୍ୟଟକ ଆସିଥାନ୍ତି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ପାଇକମାଲ ସହର ସ୍ୱଚ୍ଛ ତଥା ସୁନ୍ଦର ହେବା କଥା କିନ୍ତୁ ଏହାର ସମ୍ପୂର୍ଣ୍ଣ ଓଲଟା ହୋଇ ଅଳିଆ ଆବର୍ଜନାପୂର୍ଣ୍ଣ ଦେଖିବାକୁ ମିଳେ ପାଇକମାଲ ଠାରେ । ଯାହାଦ୍ୱାରା ପବିତ୍ର ନୃସିଂହନାଥ ମନ୍ଦିରକୁ ଆସୁଥିବା ପର୍ଯ୍ୟଟକମାନଙ୍କ ଆଖିରେ ସ୍ଥାନୀୟ ଲୋକମାନେ ଲଜ୍ଜିତ ଅନୁଭବ କରନ୍ତି । ଯଦି ଏହିଭଳି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ତୀର୍ଥସ୍ଥଳୀ ଓଡ଼ିଶାର ପୂର୍ବାଞ୍ଚଳରେଥାନ୍ତା ତେବେ ଏଭଳି ଅବହେଳିତ ହୋଇ ରହିନଥାନ୍ତା ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ପାଇକମାଲ ସହରର ବିଭିନ୍ନ ଜାଗାରେ ଅଳିିଆ ଆବର୍ଜନା ପୁରିରହିଛି ଯାହାକୁ ଦେଖି ମଧ୍ୟ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଦାବିଷ୍ଣୁ ସାଜିଛନ୍ତି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି । ପାଇକମାଲ ମୁଖ୍ୟ ଛକ ଠାରୁ ନୃସିଂହନାଥ ମନ୍ଦିର ଯିବାପାଇଁ ଷ୍ଟ୍ରିଟ ଲାଇଟ ନ ଥିବାରୁ ସନ୍ଧ୍ୟାବେଳେ ଲୋକେ ଏହି ରାସ୍ତାରେ ଯିବାକୁ ଭୟ ମଧ୍ୟ କରନ୍ତି । ପାଇକମାଲ ସହର ମଧ୍ୟରେ ବି ଷ୍ଟ୍ରିଟ ଲାଇଟ ନ ଥିବାରୁ ସମାନ ଅସୁବିଧା ଭୋଗୁଛନ୍ତି ଲୋକମାନେ । ବିଭିନ୍ନ ସମୟରେ ଓଡ଼ିଶା ସରକାର ଲୋକଙ୍କୁ ଭୁଆଁ ବୁଲେଇ ନୃସିଂହନାଥ ମନ୍ଦିରରେ ଉନ୍ନତି ହେବ ବୋଲି ଆଶ୍ୱାସନା ଦେଇଆସୁଛନ୍ତି କିନ୍ତୁ କେବଳ କାଗଜପତ୍ରରେ ତାହା ସୀମିତ ହୋଇରହିଛି ଯାହାଦ୍ୱାରା ଅଗାମୀ ଦିନରେ ଲୋକଙ୍କ ମନରେ ଥିବା ଅସନ୍ତୋଷ ଆନ୍ଦୋଳନ ନିମନ୍ତେ ଦାନା ବାନ୍ଧୁଛି ।

hiranchal ad1
Leave A Reply

Your email address will not be published.

six − five =