ଘୁ. ଉଦୟଗିରି: ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ମନୋଜ କୁମାର ଦେବତା ନୂତନ ବିଡିଓ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । କିଛି ଦିନ ପୂର୍ବରୁ ପୂର୍ବତନ ବିଡିଓ ଆଶିଷ ତ୍ରିପାଠୀ ଙ୍କ ଅନ୍ୟ ସ୍ଥାନକୁ ବଦଳି ହୋଇଥିଲା ଓ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଦିନ କାର୍ଯ୍ୟଭାର ଗ୍ରହଣ କରିଥିବା ବେଳେ ସମିତି କାର୍ଯ୍ୟାଳୟରେ ଗହଳି ଦେଖିବାକୁ ମିଳିଥିଲା । ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ସମିତି ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ ନୂତନ ବିଡିଓଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ତତ୍ ସଙ୍ଗେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁଷମା ପ୍ରଧାନ, ଉପାଧ୍ୟକ୍ଷ ଏନ ଲୁକ୍, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଲିଲିମା ପ୍ରଧାନ ଓ ଅନ୍ୟମାନେ ସାକ୍ଷାତ କରି ସ୍ୱାଗତ କରିଥିଲେ । ସ୍ଥାନୀୟ ଅଞ୍ଚଳର ଉନ୍ନତି ନିମନ୍ତେ ସଦାସର୍ବଦା ପ୍ରୟାସ ରହିବ ଏବଂ ତା ସହିତ ଅଞ୍ଚଳର ବିଭିନ୍ନ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ଚେଷ୍ଟା କରିବେ । ଲୋକେ ଯେମିତି ସରକାରଙ୍କ ତରଫରୁ ଦିଆଯାଉଥିବା ସୁବିଧା ପାଇପାରିବେ ସେହି ଲକ୍ଷ୍ୟ ରଖି ଆଗାମୀ ଦିନରେ କାର୍ଯ୍ୟ କରିବେ ବୋଲି ନିଜ ପ୍ରତିକ୍ରିୟାରେ ରେ କହିଛନ୍ତି ବିଡିଓ ଶ୍ରୀ ଦେବତା ।