ବେଆଇନ କରତକଳ ଉପରେ ଚଢ଼ାଉ, ମୂଲ୍ୟବାନ କାଠ ଓ ମେସିନ ଜବତ

0 139

ସମ୍ବଲପୁର, ୧/୭- ନଗର ମଝିରେ ବହୁତ ଦିନରୁ ଚାଲୁଥିବା ଏକ କରତକଳ ଓ ସେଠାରେ ଫର୍ନିଚର ତିଆରି କାମ ଅନୁମତି ବିନା ବେଆଇନ ଭାବରେ ଚାଲୁଥିବା ଖବରପାଇ ଜିଲ୍ଲା ବନ ବିଭାଗ ଓ ଭିଜିଲାନ୍ସ ପକ୍ଷରୁ ଏହା ଉପରେ ମିଳିତ ଚଢ଼ାଉ ସହିତ ବିହିତ କାର୍ଯ୍ୟାନୁଷ୍ଠାନ କରାଯାଇଛି । ଏହି ଅଭିଯାନରେ କ୍ଷେତରାଜପୁର ପୁଲିସ ଥାନାର ମଧ୍ୟ ସହଯୋଗ ନିଆଯାଇଥିଲା । ଏହି ଚଢ଼ାଉରେ ପ୍ରାୟ ୫୦ ଘନଫୁଟ ମୂଲ୍ୟବାନ ଫର୍ନିଚର କାଠ ଓ ସେଠାରେ ବ୍ୟବହୃତ ମେସିନ ଯନ୍ତ୍ରପାତି ଆଦି ଜବତ କରାଯାଇଛି ଯାହାର ଅନୁମାନିକ ମୂଲ୍ୟ ପ୍ରାୟ ୩.୫ଲକ୍ଷ ଟଙ୍କା କୁହାଯାଇଛି । ସମ୍ବଲପୁର ଡିଏଫଓ ଡ. ସଞ୍ଜୀତ କୁମାରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଅଭିଯାନରେ ଭିଜିଲାନ୍ସ ଏସିଏଫ ଲକ୍ଷ୍ମଣ ମାର୍ଡି, ଏସିଏଫ ଗୋକୁଳ ଚନ୍ଦ୍ର ପାଇକ, ଏସିଏଫ ତେଜରାଜ ନାଏକ, ମଦନ ଲାଲ ଶର୍ମା ଓ ରେଞ୍ଜ ଅଧିକାରୀ ପ୍ରଭାକର ବେହେରା ପ୍ରମୁଖ ସାମିଲ ରହିଥିଲେ ।

hiranchal ad1
Leave A Reply

Your email address will not be published.

14 + three =