କେହି ମାନୁନାହାନ୍ତି ସାମାଜିକ ଦୂରତା ନିୟମ !

0 469

ବୌଦ୍ଧ,୧/୭- କରୋନାକୁ ପ୍ରତିରୋଧ କରିବାପାଇଁ ମାସ୍କ ପରିଧାନ ଓ ସାମାଜିକ ଦୂରତା ରକ୍ଷା ଅପରିହାର୍ଯ୍ୟ । ଲୋକମାନେ କିନ୍ତୁ ଏକଥାକୁ ହେୟ ମନେକରି ଚାଲିଛନ୍ତି । ହାଟବଜାର ଠାରୁ ଆରମ୍ଭକରି ବ୍ୟାଙ୍କ ଯାଏ ସବୁସ୍ଥାନରେ ଖୋଲାଖୋଲି ହେଉଛି ଏହାର ଉଲ୍ଲଂଘନ । କଂଟାମାଳ ଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଗତକାଲି ଗ୍ରାହକ ମାନଙ୍କର ଅସମ୍ଭବ ଭିଡ ଦେଖିବାକୁ ମିଳିିଥିଲା । ସାମାଜିକ ଦୂରତା ଅବଲମ୍ବନ କରିବା ଦୂରର କଥା ବ୍ୟାଙ୍କ ମଧ୍ୟରେ ଛିଡା ହେବାକୁ ଜାଗାନଥିଲା । ଗ୍ରାହକମାନଙ୍କ ମଧ୍ୟରେ ମହିଳା, ଶିଶୁ ଓ ବରିଷ୍ଠ ନାଗରିକମାନେ ମଧ୍ୟ ରହିଥିଲେ । ଅର୍ଦ୍ଧାଧିକ ଲୋକ ମାସ୍କ ମଧ୍ୟ ପରିଧାନ କରିନଥିଲେ । ସରକାର ଯେତେ ସଚେତନ କଲେ ମଧ୍ୟ ଜନସାଧାରଣ ମାନୁନଥିବା ଆଗାମୀ ଦିନରେ ବିପଦକୁ ଯେ ଡାକି ନ ଆଣିବ ତାହା କିଏ କହିପାରିବ ? ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନନେଇ ସେମାନେ ତାଙ୍କର କାମରେ ବ୍ୟସ୍ତ । ଜନସାଧାରଣଙ୍କୁ ଏ ଦିଗରେ ସଜାଗ ଆଉ ସଚେତନ ହେବାକୁ ପଡିବ ନହଲେ ପରିସ୍ଥିତି ଆଗକୁ ଆହୁରି ଖରାପ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

eighteen − thirteen =