ବୌଦ୍ଧରେ ମଦର ବନ୍ୟା, ଚେଇଁ ଶୋଇଛି ଅବକାରୀ ବିଭାଗ

0 1,378

ବୌଦ୍ଧ,୧/୭- ବୌଦ୍ଧଜିଲ୍ଲାରେ ଲକଡାଉନ ସମୟରେ ଚୋରାମଦ ବେପାରୀମାନେ ପୁରା ସକ୍ରିୟ ହୋଇ ଉଠିଛନ୍ତି । ବିଭିନ୍ନ ସ୍ଥାନରେ ଦେଶୀ ମହୁଲି ମଦ ରନ୍ଧାଯାଇ ଆବଶ୍ୟକତା ଅନୁସାରେ ବିଭିନ୍ନ ଅଞ୍ଚଳକୁ ନିୟମିତ ଚାଲାଣ ଖୋଲାଖୋଲି ଚାଲିଛି । ଏସବୁକୁ ଚଢାଉ କରିବା କାମ ଅବକାରୀ ବିଭାଗର ହେଲେ ମଧ୍ୟ କର୍ମଚାରୀ ଅଭାବର ଆଳଦେଖାଇ ଆଖି ବୁଜି ଦେଉଛି । କାଁ ଭାଁ କିଛି ସ୍ଥାନରେ ଚଢାଉକରି ମାସକୁ ୩/୪ଟି ମାମଲା ରୁଜୁ କରିଦେଇ ଅବକାରୀ ବିଭାଗ ତାର କାମ ସାରିଦେଉଛି । ଜଙ୍ଗଲିଆ ଅଞ୍ଚଳର ବିଭିନ୍ନ ନାଳଖଣ୍ଡି ମାନଙ୍କରେ ସ୍ପଷ୍ଟ ଦିବାଲୋକରେ ଚାଲିଛି ମଦରନ୍ଧା । ସେହିଭଳି ବିଭିନ୍ନ ଅଞ୍ଚଳକୁ ଚାଲାଣ ମଧ୍ୟ ହେଉଛି ଖୁଲମଖୁଲା । ଅବକାରୀ ବିଭାଗର କିଛି କର୍ମଚାରୀମାନଙ୍କ ସହ ଚୋରାମଦ ରନ୍ଧାଳୀ ଓ ଚାଲାଣକାରୀ ମାନଙ୍କ ଉତ୍ତମ ସଂପର୍କ ରହିଛି ଓ ଅବକାରୀ ବିଭାଗର କର୍ମଚାରୀମାନଙ୍କର ମିଳିଭଗତ୍ରେ ମଦ ଚୋରାକାରବାର ଜିଲ୍ଲାରେ ଚାଲିଥିବା ଜନସାଧାରଣରେ ଆଲୋଚନା ହେଉଛି । ଜିଲ୍ଲାପାଳ ଏ ଦିଗରେ ବିହିତ ପଦକ୍ଷେପ ନେବାପାଇଁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

4 × four =