କଣ୍ଟାବାଞ୍ଜିରେ ‘ଭାରତ ବନ୍ଦ’ର ଆଂଶିକ ପ୍ରଭାବ

0 94

କଣ୍ଟାବାଞ୍ଜି : କେନ୍ଦ୍ର ସରକାରଙ୍କ ନୂଆ କୃଷି ବିଲ୍‌ ପ୍ରତ୍ୟାହାର, ଖାଉଟି ଦରବୃଦ୍ଧି, ପେଟ୍ରୋଲ ଡିଜେଲର ଅହେତୁକ ଦରବୃଦ୍ଧି ବିରୋଧରେ ବନ୍ଦ ପାଳନ କରାଯାଇଥିଲା । କୃଷକ ଓ ଶ୍ରମିକ ସଙ୍ଘ ପକ୍ଷରୁ ବନ୍ଦ ଡାକରାରେ କେନ୍ଦ୍ର ସରକାରଙ୍କ ତିନି କଲା କୃଷି ଆଇନବାତିଲ, ରାଷ୍ଟ୍ରୟାତ୍ତ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା ଓ ଆକାଶ ଛ଼ୁଆଁ ଦରଦାମ ବୃଦ୍ଧି ପ୍ରତିବାଦରେ ବନ୍ଦ ଡାକରାର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । ସହରର ମୁଖ୍ୟ ଇନ୍ଦିରା ଛକରେ ସିପିଆଇ, କୃଷକ ଓ ଶ୍ରମିକ ସଙ୍ଘ ମିଳିତ ଭାବେ ରାସ୍ତା ଅବରୋଧ କରି ସଂଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା । ସାପ୍ତାହିକ ବଜାର ହାଟ ଓ ବାହନ ଚଳାଚଳ ସାମାନ୍ୟ ରହିଥିଲା । ସିପିଆଇ ସମ୍ପାଦକ ଗଭୀର ଭୋଇ ଇନ୍ଧନ ଦରବୃଦ୍ଧି ପ୍ରତ୍ୟାହାର କରିବା ସଂଗେ ଗରିବ ପରିବାର ପାଇଁ ବର୍ଷରେ ୬ମାସ ପର୍ଯ୍ୟନ୍ତ ୭୫୦୦ ଟଙ୍କା ଦାବି କରିଛନ୍ତି । ବନ୍ଦର ଆଂଶିକ ପ୍ରଭାବ ରହିଲେ ସୁଦ୍ଧା ଶାନ୍ତିଶୃଙ୍ଖଳା ନିମନ୍ତେ ଛକ ଓ ରାସ୍ତା ଉପରେ ପୋଲିସ ଦଳ ମୁତୟନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

seven + 12 =