ସମ୍ବଲପୁରର ବିକାଶ ହସ୍ପିଟାଲରେ ପ୍ରଥମ କ୍ୟାଥଲ୍ୟାବ ଉଦଘାଟିତ

0 135

ସମ୍ବଲପୁର: ବିକାଶ ସମୂହର ୨୧ତମ ପ୍ରତିଷ୍ଠା ଦିବସ ଅବସରରେ ଆଜି ଏଠାକାର ପ୍ରଥମ କ୍ୟାଥଲ୍ୟାବ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମୁଖ୍ୟ ଅତିଥି ରୂପେ ଆମନ୍ତ୍ରିତ ହୋଇ ଏହାର ଉଦଘାଟନ କରିଥିଲେ ଓ ତାଙ୍କୁ ମନରେ ସମ୍ବର୍ଦ୍ଧିତ କରାଯାଇଥିଲା । ମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଲେ, ଏଠାରେ ଏହି ବହୁମୂଲ୍ୟ ସୁବିଧା ଉପଲବ୍ଧ ହେବାଫଳରେ ଅନେକ ହୃଦରୋଗୀଙ୍କୁ ସମୟୋଚିତ ଚିକିତ୍ସା ସହିତ ସେମାନଙ୍କ ପ୍ରାଣରକ୍ଷା ସମ୍ଭବ ହୋଇପାରିବ ।

hiring

ଏହା ସହ ସ୍ୱଳ୍ପ ଖର୍ଚ୍ଚରେ ହୃଦରୋଗୀଙ୍କ ପାଇଁ ଷ୍ଟେଣ୍ଟ ଓ ପେସମେକର ଖଞ୍ଜା ଯାଇପାରିବ, ଯାହାକି ଏହା ପୂର୍ବରୁ ଏଠାରେ ସମ୍ଭବ ନଥିଲା । ଏହି ଅବସରରେ ବିଜୁ କଲ୍ୟାଣ ସ୍ୱାସ୍ଥ୍ୟ ଯୋଜନା ସହିତ ବିକାଶ ହସ୍ପିଟାଲ ସାମିଲ ହେବାର ଘୋଷଣା କରାଯାଇଥିଲା, ଏହା ଫଳରେ ଜନ ସାଧାରଣ ଏଠାରେ ସ୍ୱାସ୍ଥ୍ୟସେବା ପାଇଁ ପାରିବେ ବୋଲି କୁହାଯାଇଛି । ଏଥିପାଇଁ ଆୟୋଜିତ ଏକ ସଂକ୍ଷିପ୍ତ ଜନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ସିଡିଏମଓ ବା ଅଶୋକ ଦାସ, ବିକାଶ ସମୂହର ଅଧ୍ୟକ୍ଷ ଡି ମୁରଲୀ କୃଷ୍ଣ, କାର୍ଯ୍ୟକାରୀ ନିର୍ଦ୍ଦେଶକ ଡି ନାଗେଶ୍ୱର ରାଓ, ପରିଚାଳନା ନିର୍ଦ୍ଦେଶକ ଜି ଭାସ୍କର ରାଓ, ଭି ଶ୍ରୀନିବାସ, ଅକାଡେମୀ ନିର୍ଦ୍ଦେଶକ ରାମକୃଷ୍ଣ, ମୁଖ୍ୟ ପ୍ରଶାସନିକ ଅଧିକାରୀ ଡା ରବି କୁମାର, ମେଡିକାଲ ଅଧିକ୍ଷକ ଡ଼ା(ମେଜର) ଏଲ କେ ବର୍ମା ଓ କାର୍ତ୍ତିକ ନିର୍ଦ୍ଦେଶକ ଗୀତିକାର ଚୌଧୁରୀ ଆଦି ମଞ୍ଚାସୀନ ରହିଥିଲେ ।

hiranchal ad1
Leave A Reply

Your email address will not be published.

13 − thirteen =