ଶକ୍ତିଶାଳୀ ହେଉଛି ବିଜେଡି, ବିରୋଧୀଙ୍କ ହୃଦକମ୍ପ

0 219

ଦଶପଲ୍ଲା : ନୟାଗଡ ପୌରପରିଷଦର ପ୍ରମୁଖ ବିଜେପି ଓ କଂଗ୍ରେସ ନେତାମାନେ ଆଜି ବିଜେଡିରେ ଯୋଗଦେଇଛନ୍ତି । ସେହିପରି ଭାବେ ନୟାଗଡ ବ୍ଲକର ୬ ଗୋଟି ପଞ୍ଚାୟତର ଶତାଧିକ ବିଜେପି ଓ କଂଗ୍ରେସ କର୍ମି ବିଜେଡିରେ ସାମିଲ ହୋଇଛନ୍ତି । ଯାହାକୁ ନେଇ ରାଜନୈତିକ ମହଲରେ ହଟଚମଟ ଘଟିଛି । ନୟାଗଡର ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ବରାଡ, ନୟାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ଚେୟାରମ୍ୟାନ ନିରୁପମା ଖଟେଇ, ସମାଜସେବୀ ଶ୍ରୀକାନ୍ତ ଖଟେଇ, ରାଜ ପ୍ରଧାନଙ୍କ ସମେତ ନୟାଗଡ ପୌରପରିଷଦର ବିଭିନ୍ନ ୱାର୍ଡରୁ ବହୁ ବିରୋଧି କର୍ମୀ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ସେହିପରି ଭାବେ ନୟାଗଡ ବ୍ଲକର ୬ ଗୋଟି ପଞ୍ଚାୟତର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି ।

hiring

ନୟାଗଡ ବ୍ଲକ କାଳିକାପ୍ରସାଦ ପଞ୍ଚାୟତର ୧୪ ଗୋଟି ପରିବାର, ବିରୁଡା ଗ୍ରାମ ପଞ୍ଚାୟତର ୨୭ ଗୋଟି ପରିବାର, କ୍ରୀଦାସପୁର ପଞ୍ଚାୟତର ୧୦ ଗୋଟି ପରିବାର, ଶରଧାପୁର ଗ୍ରାମପଞ୍ଚାୟତର ୧୫ ଗୋଟି ପରିବାର, ଗମ୍ଭାରିଡିହି ପଞ୍ଚାୟତର ୫୦ ଗୋଟି ପରିବାର ଓ ଖୁଣ୍ଟୁବନ୍ଧ ପଞ୍ଚାୟତର ୨୧ ଗୋଟି ପରିବାର ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ନୟାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବ ଉତ୍ସବରେ ନୟାଗଡ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ଶସକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିତୀ ଆଦର୍ଶରେ ଅନୁପ୍ରାଣିତ ହେବା ଶହ ନୟାଗଡ ବିଧାୟକ ଡ.ସାହୁଙ୍କ ବିକାଶମୂଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଉକ୍ତ ବିରୋଧି ନେତାମାନେ ବିଜେଡିରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି । ଉକ୍ତ ମିଶ୍ରଣ ପର୍ବରେ ନୟାଗଡ ବ୍ଲକ ଉପାଧ୍ୟକ୍ଷ ସୁବାଷ କଅଁର, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ନାୟକ, ନିରଞ୍ଜନ ବିଧାର, ଗଙ୍ଗାଧର ପଣ୍ଡା, ଗୁରୁପ୍ରସାଦ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ । ଏଥିସହିତ ବହୁ ଯୁବ ଛାତ୍ର, ବିଜେଡିର କର୍ମକତା ଉପସ୍ଥିତ ରହିଥିଲେ । ଆଜିର ଏହି ମିଶ୍ରଣ ପର୍ବରେ ବିରୋଧି ଦଳର ବହୁ ନେତା ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

fourteen − three =