ବିଜେଡିର ଜନ ସମ୍ପର୍କ ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

0 75

ଜହ୍ନାପଙ୍କ:ବୌଦ୍ଧ ଜିଲ୍ଲା ବିଜେଡି ପକ୍ଷରୁ ଅକ୍ଟୋବର ୨୧ ତାରିଖରେ ହେବାକୁ ଥିବା ଜନ ସମ୍ପର୍କ ପଦଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ବୌଦ୍ଧ ବ୍ଳକ ପଦ୍ମନପୁର ପଂଚାୟତ ପରିସରରେ ରାଜ୍ୟ ବିଜେଡିର ଯୁଗ୍ମ ସମ୍ପାଦକ ଅଶୋକ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପଂଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ସମ୍ମାନିତ ଅତିଥି ଭାବେ ପଦ୍ମନପୁର ସରପଞ୍ଚ ସୌଦାମିନୀ ବାରିକ, ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ମୁଣ୍ଡାପଡା ପଂଚାୟତ ପୂର୍ବତନ ସରପଞ୍ଚ ବିଦ୍ୟାଧର ସ୍ୱାଇଁ, ଛାତ୍ର ବିଜୁ ଜନତା ଦଳର ସଭାପତି ସଂଗ୍ରାମ କେଶରୀ ଦାସ, ଅଜିତ କୁମାର ଚାନ୍ଦ ଯୋଗଦେଇ ରାଜ୍ୟ ସରକାରଙ୍କ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଜନ ହିତକାରୀ ଯୋଜନାର ସଫଳତା ସମ୍ପର୍କରେ ଏବଂ ଏହି ଜନ ସମ୍ପର୍କ ପଦଯାତ୍ରା କିପରି ସଫଳ ହେବ ସେ ସମ୍ପର୍କରେ ନଂ ୫ ଯୋନ ଓ ନଂ ୬ ଯୋନର ଉପସ୍ଥିତ ଥିବା ସରପଞ୍ଚ, ସମିତି ସଭ୍ୟ ଓ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ବ୍ରାହ୍ମଣୀପାଲି ସରକାରୀ ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ଼ ମାଧ୍ୟମିକ ବିଦ୍ୟାଳୟରେ ଉନ୍ନୀତ କରିଥିବାରୁ ବ୍ରାହ୍ମଣୀପାଲି ପଂଚାୟତର ଜନ ସାଧାରଣ ମନ୍ତ୍ରୀ ଶ୍ରୀ ଅମାତଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମୟସେନ ରଣା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବୌଦ୍ଧ ବ୍ଳକ ସରପଞ୍ଚ ସଂଘର ସଭାପତି ଅରୁଣ କୁମାର ବାଘ,ବଢିଗା ପଂଚାୟତ ସରପଞ୍ଚ ସିଦେ୍ଧଶ୍ୱର ପ୍ରଧାନ, ଆମ୍ବଝରୀ ପଂଚାୟତ ସରପଞ୍ଚ ପ୍ରେମାନନ୍ଦ ବାଘ, ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ତଥା ବୌଦ୍ଧ ବ୍ଳକ ଯୁବ ବିଜେଡି ସଭାପତି ମନରଞ୍ଜନ ପୁରୋହିତ, ପ୍ରଭାତ ପ୍ରଧାନ, ସରୋଜ ପ୍ରଧାନ, ପ୍ରଫୁଲ୍ଲ ରଣା, ଖୁଣ୍ଟବନ୍ଧ ଅକ୍ଷୟ କୁମାର ସ୍ୱାଇଁ, ପୂର୍ବତନ ସରପଞ୍ଚ ଯୋଗେଶ୍ୱର ମହାକୁଳ, ପୂର୍ବତନ ସରପଞ୍ଚ ମହେନ୍ଦ୍ର ପ୍ରଧାନ, ବିକ୍ରମ ମହାନନ୍ଦିଆ, ରାଜ କିଶୋର ଦେହୁରୀ, ବଢିଗା ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ପାଢ଼ୀ, ବଘିଆପଡ଼ା ପୂର୍ବତନ ସରପଞ୍ଚ ଦେବହରି ପ୍ରଧାନ, ପୂର୍ବତନ ସମିତି ସଭ୍ୟ ସଞ୍ଜୟ ପ୍ରଧାନ ତଥା ୧୨ ଟି ପଂଚାୟତର ବିଜେଡିର ବହୁ ନେତା ଓ କର୍ମୀ ଯୋଗଦେଇଥିଲେ ।

hiranchal ad1
Leave A Reply

Your email address will not be published.

five × 4 =