ପ୍ରଚାର ସାଙ୍ଗକୁ ବିଜେଡ଼ିର ମିଶ୍ରଣ ପର୍ବ

0 279

ବାଲିଗୁଡ଼ା: ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରଚାର ମୈଦାନ ସେତିକି ଜମିବାରେ ଲାଗିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା ଓ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କ ମାରାଥନ୍‌ ପ୍ରଚାର ହୋଇଛି । ଦଳୀୟ ଅଧ୍ୟକ୍ଷ ପ୍ରାର୍ଥୀ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ଟି ୱାର୍ଡର କାଉଁସିଲର ପ୍ରାର୍ଥୀ ଓ ପ୍ରାର୍ଥିନୀଙ୍କ ପାଇଁ ପ୍ରଚାର କରିଛନ୍ତି ମନ୍ତ୍ରୀ, ସାଂସଦ ଓ ବାଲିଗୁଡ଼ା ବିଧାୟକ । ବାଲିଗୁଡ଼ା ବ୍ଲକ୍‌ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ବାଲିଗୁଡ଼ା ନୂଆସାହି ଓ ବନ୍ଧସାହିରେ ଦୁଇଟି ସ୍ଥାନରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିବା ବେଳେ ପ୍ରଚାର ମୈଦାନରେ ମଧ୍ୟ ବହୁ ବିଜେପି ଓ କଂଗ୍ରେସର ନେତା କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ଏଥିରେ କଂଗ୍ରେସର ପୂର୍ବତନ ବାଲିଗୁଡ଼ା ସରପଞ୍ଚ ନିଳାଞ୍ଚଳ ମଲ୍ଲିକ, ଆଇନଜୀବୀ ତଥା କଂଗ୍ରେସର ପୂର୍ବତନ ବାଲିଗୁଡ଼ା ବ୍ଲକ୍‌ ସଭାପତି ରାମଚନ୍ଦ୍ରସିଂ ପାତ୍ରଙ୍କ ସମେତ ବହୁ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ଅନ୍ୟ ଦଳର ନେତା ଓ କର୍ମୀ ବିଜେଡ଼ିକୁ ଆପଣେଉଛନ୍ତି । ଯାହା ଫଳରେ ବାଲିଗୁଡ଼ାରେ ବିଜେଡ଼ି ଆହୁରି ଶକ୍ତିଶାଳୀ ହେବ ଏବଂ ଏନ୍‌ଏସି ଦଖଲ କରିବ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ବ୍ଲକ୍‌ ସଭାପତି ଟୁନା ଦାସ । ଟୁନା ଦାସଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଓ ସାଂସଦଙ୍କ ସମେତ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ପୂର୍ବତନ ବିଧାୟକ ରାଜୀବ ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣ ମୋହନ ପାଣିଗ୍ରାହୀ, ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ, ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ, ବର୍ତ୍ତମାନର ଅଧ୍ୟକ୍ଷ ପ୍ରାର୍ଥୀ ଗୋବିନ୍ଦ ପ୍ରଧାନଙ୍କ ସମେତ ୧୩ଟି ୱାର୍ଡର ପ୍ରାର୍ଥୀ, ପ୍ରାର୍ଥୀନୀ,ବହୁ ବରିଷ୍ଠ,ଯୁବ, ମହିଳା ନେତୃବୃନ୍ଦଙ୍କ ସମେତ ଶତାଧିକ କର୍ମୀ ସାମିଲ୍‌ ହୋଇଥିଲେ । ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରଚାର ମୈଦାନରେ ଶାଶକ ଦଳର ପ୍ରଚାର ଦମଦାର ଥିବା ବେଳେ ବିରୋଧୀ ସୁପ୍ତ ଥିବା ମନେ ହେଉଛି ।

hiranchal ad1
Leave A Reply

Your email address will not be published.

twenty + 9 =