ବିଜେପିର ୩ କମିଟି ସଦସ୍ୟ ତାଲିକା ପ୍ରକାଶିତ, ଜାଣନ୍ତୁ କେଉଁ ନେତାଙ୍କୁ ମିଳିଛି ସ୍ଥାନ

0 58

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଭିନ୍ନ କମିଟି ପାଇଁ ସଦସ୍ୟ ତାଲିକା ପ୍ରକାଶ ପାଇଛି । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟଙ୍କ ନାମ ତାଲିକା ଘୋଷଣା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ଆରମ୍ଭ କରି ସଭାପତି ମନମୋହନ ସାମଲଙ୍କ ନାମ ରହିଛି । 

ରାଜ୍ୟ କାର୍ଯ୍ୟକାରିଣୀରେ ୭୨ ଜଣ ସଦସ୍ୟ ରହିଥିବାବେଳେ ୩୮ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ରହିଛନ୍ତି । ସେହିପରି ସ୍ଥାନୀ ନିମନ୍ତ୍ରିତ ସଦସ୍ୟ ତାଲିକାରେ ୨୩ ଜଣଙ୍କ ନାମ ରହିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ (କେନ୍ଦୁଝର), ସାଂସଦ ବୈଜୟନ୍ତ ପଣ୍ଡା (କେନ୍ଦ୍ରାପଡ଼ା), ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ (ଭଦ୍ରକ), କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ (ରାଉରକେଲା) , ଧର୍ମେନ୍ଦ୍ର ପ୍ରଧାନ (ଅନୁଗୁଳ), ଅଶ୍ଵିନୀ ବୈଷ୍ଣବ (କଟକ), ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ (ବଲାଙ୍ଗୀର), ପ୍ରଭାତୀ ପରିଡ଼ା (ପୁରୀ) ଏବଂ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ (ଝାରସୁଗୁଡ଼ା) ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ତାଲିକରେ ରହିଛନ୍ତି ।

hiring

 

hiranchal ad1
Leave A Reply

Your email address will not be published.

1 + 19 =