ବିଜେପିର ମିଶ୍ରଣ ପର୍ଵ

0 208

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା କାଶୀ ନଗର ବ୍ଳକର କେ. ସୀତା ପୁର ଗ୍ରାମ ପଞ୍ଚାୟତର ଇପାଗୁଡା ଗ୍ରାମ ଠାରେ ବିଜେପିର ଏକ ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ଵରେ ବିଜେପି ଜିଲ୍ଲା ସଭାପତି ତଥା ପାରଳା ବିଧାୟକ କେ. ନାରାୟଣ ରାଓ ଯୋଗ ଦେଇଥିଲେ। ଏହି ମିଶ୍ରଣ ପର୍ଵ ରେ କାଶୀ ନଗର ବ୍ଳକ ଅଧ୍ୟକ୍ଷ ସି.ଏଚ.ସୀମାଦ୍ରୀ ଙ୍କ ନେତୃତ୍ୱରେ ଇପା ଗୁଡା ଗ୍ରାମର ବିଭିନ୍ନ ଦଳର 200 ଲୋକ ବିଜେପିରେ ଯୋଗ ଦେଇଛନ୍ତି। ସେମାନଙ୍କୁ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ପୁଷ୍ପ ଗୁଚ୍ଛ ଓ ଦଳୀୟ ଉତ୍ତରୀୟ ଦେଇସ୍ଵାଗତ କରିଥିଲେ। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଦଳ ତୃଣ ମୂଳ ସ୍ତରରେ ସୁଦୃଢ ହୋଇ ପାରିବ ବୋଲି ଆଶା କରାଯାଉଛି। ଏହି ମିଶ୍ରଣ ପର୍ଵରେ ବିଜେପିର ଦଳୀୟକର୍ମୀ ଓ ନେତା ପ୍ରମୁଖ ଉପସ୍ଥିତ ଥିଲେ।

hiranchal ad1
Leave A Reply

Your email address will not be published.

four × two =