କଟକ: କଟକର ଯୋବ୍ରା ଓ ଆନନ୍ଦ ଭବନ ଛକରୁ ବିଜେପି କର୍ମୀଙ୍କୁ ଉଠାଇନେଲା ପୁଲିସ। ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ପୂର୍ବରୁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି। ବକ୍ସିବଜାରରେ କଳାପତାକା ପ୍ରଦର୍ଶନ ସହ ବିକ୍ଷୋଭ କରାଯାଇଛି। ବିରୋଧ ପ୍ରଦର୍ଶନ କରୁଥିବା ପ୍ରାୟ ୨୦ ଯୁବ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ପୁଲିସ ଉଠାଇନେଲା ।ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତରେ ଆସି ସ୍ମାର୍ଟ କାର୍ଡ ବଣ୍ଟନ ସହ ୧୫ ଶହ କୋଟିର ପ୍ରକଳ୍ପର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ଏନେଇ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇ ବିରୋଧ କରାଯାଇଛି। ଯୋବ୍ରା ଓ ଆନନ୍ଦ ଭବନ ଛକ ଠାରେ ବିଜେପି କର୍ମୀ ପ୍ରତିବାଦ କରୁଥିବାବେଳେ ପୁଲିସ ଘଟଣାସ୍ଥଳରୁ ବିଜେପି କର୍ମୀଙ୍କୁ ଉଠାଇନେଇଛି।