ବ୍ଲକସ୍ତରୀୟ ମେଗା ଲୋନ ସମନ୍ୱୟ ମେଳା

0 115

ବୌଦ୍ଧ,୧୪/୧୨- ବୌଦ୍ଧ ବ୍ଲକରେ ଆଜି ବ୍ଲକସ୍ତରୀୟ ମେଗା ଲୋନ ସମନ୍ୱୟ ମେଳାର ଆୟୋଜନ କରାଯାଇଛି । ମିଶନ ଶକ୍ତି ଜରିଆରେ ଏସଏଚଜି ମହିଳାମାନଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ବ୍ୟାଙ୍କ ଲୋନ ପ୍ରଦାନ କରାଇବା ଉଦ୍ଦେଶ୍ୟରେ ଏହି ଲୋନ ମେଳାର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ ଅମାତ ଯୋଗଦେଇ ଉଦବୋଧନ ଦେଇଥିଲେ ।

hiring

ଏହି ମେଳାରେ ୧୨୩ ଏସଏଚଜିଙ୍କୁ ୨ କୋଟି ୮୬ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରା, ବୌଦ୍ଧ ବିଡିଓ ଦେବୀପ୍ରସାଦ ଦାଶ, ଏଲଡିଏମ ରବୀନ୍ଦ୍ର ସେଠୀ, ଡିପିଏମ ଫ୍ରାନସିସ ବାର୍ଲା, ଡିପିସି ଦେବଦତ୍ତ ମିଶ୍ର ମଞ୍ଚରେ ଉପସ୍ଥିତ ଥିଲେ । ବୌଦ୍ଧ ସିଡିପିଓ ଶ୍ରୀମତୀ ମିନତୀ ଦେଓ ମଞ୍ଚ ପରିଚାଳନା କରିଥିଲେ । ଏହି ମେଳା ରେ ୩୧୨ ଏସଏଚଜି ମହିଳା ତଥା ମିଶନ ଶକ୍ତିର ବ୍ଲକ ଓ ପଂଚାୟତ ସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ବ୍ଲକ କର୍ମକର୍ତ୍ତା ସତ୍ୟପ୍ରିୟ ବଘାର, ବିଜୟ କୁମାର ଭୋଇ ଓ ସସ୍ମିତା ବାଦୀ ସମନ୍ୱୟ ମେଳାର ଆୟୋଜନରେ ସହଯୋଗ ପ୍ରଦାନ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

hiranchal ad1
Leave A Reply

Your email address will not be published.

two × five =