ପ୍ରସୂତି ମହିଳାଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ମହିଳା ସ୍ୱାସ୍ଥ୍ୟକର୍ମୀ

0 167

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଉପଖଣ୍ଡ ସ୍ଥିତ ଡାକ୍ତରଖାନାଠାରେ ଜଣେ ପ୍ରସୂତି ମହିଳାଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଛନ୍ତି ଡାକ୍ତରଖାନାର ମହିଳା ସ୍ୱାସ୍ଥ୍ୟ କର୍ମୀ ବ୍ରଜେଶ୍ୱରୀ ପାତ୍ର । ପ୍ରାପ୍ତ ସୂଚନା ଅନୁସାରେ ବୀରମହାରାଜପୁର ଡାକ୍ତରଖାନାରେ ସୁବଳୟା ଅଂଚଳର ଟାଙ୍ଗରସାହି ଠାରେ ବସବାସ କରୁଥିବା ଗରିବ ଶ୍ରମିକ ଶ୍ରେଣୀର ମହିଳା ଲକ୍ଷ୍ମୀ ନାଏକ (୪୨) ଗତ ମାସ ୨୯ ତାରିଖ ଦିନ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଜନ୍ମ ସମୟରେ ଉଭୟ ମା ଓ ପୁଅଙ୍କ ଅବସ୍ଥା ଠିକ ଥିବାବେଳେ ଆଜି ଲକ୍ଷ୍ମୀଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଥିଲା ।

hiring

ଡାକ୍ତରୀ ପରୀକ୍ଷା ପରେ ଜାଣିବାକୁ ପାଇଲେ ଯେ ଲକ୍ଷ୍ମୀଙ୍କ ରକ୍ତ ସ୍ତର ୫ ପ୍ରତିଶତରୁ କମ ଅଛି । ଏପରି ଅବସ୍ଥାରେ ଲକ୍ଷ୍ମୀ ଙ୍କ ଜୀବନ ପ୍ରତି ବିପଦ ଥିବାରୁ ଡାକ୍ତର ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ରକ୍ତ ନେବାକୁ ପରାମର୍ଶ ଦେଇଥିଲେ । ହେଲେ ଶ୍ରମିକ ଶ୍ରେଣୀର ଲକ୍ଷ୍ମୀ ସୁବର୍ଣ୍ଣପୁର ଡାକ୍ତରଖାନାରେ ରକ୍ତ କିପରି ଯୋଗାଡ କରିବେ ଚିନ୍ତାରେ ପଡିଥିବାବେଳେ ହଠାତ ଦେବଦୂତ ଭଳି ରକ୍ତ ଦେବାକୁ ଆଗେଇ ଆସିଥିଲେ ସ୍ୱାସ୍ଥ୍ୟ କର୍ମୀ ବ୍ରଜେଶ୍ୱରୀ ପାତ୍ର ଓ ନିଜେ ରକ୍ତଦେଇ ମହାନତାର ପରିଚୟ ସୃଷ୍ଟି କରିଥିଲେ । ତାଙ୍କର ଏହି ମହତ କାମ ପାଇଁ ସାଧାରଣରେ ପ୍ରଶଂସା କରାଯାଇଛି ।

hiranchal ad1
Leave A Reply

Your email address will not be published.

twelve − nine =