ହକି ବିଶ୍ୱକପ ଟ୍ରଫିକୁ ବୌଦ୍ଧରେ ବିପୁଳ ସ୍ୱାଗତ

0 73

ବୌଦ୍ଧ,୦୩ା୧ : ବୌଦ୍ଧ ଜିଲ୍ଲାରେ ହକି ବିଶ୍ୱ କପ୍‌ ଟ୍ରଫିକୁ ବିପୁଳ ସ୍ୱାଗତ କରାଯାଇଛି । ଗତକାଲି ରାତ୍ରିରେ ମନମୁଣ୍ଡାଠାରେ ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେରଙ୍କ ନେତୃତ୍ୱରେ ବିଶ୍ୱକପକୁ ସ୍ୱାଗତ କରାଯିବା ସହିତ ବୌଦ୍ଧ ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥିଲା । ବୌଦ୍ଧରେ ବିଶ୍ୱକପ୍‌ ପହଞ୍ଚିବାପରେ ଜିଲ୍ଲାପ୍ରଶାସନ ପକ୍ଷରୁ ସର୍କିଟ ହାଉସଠାରେ ସ୍ୱାଗତ କରାଯାଇଥିଲା ।

ମଙ୍ଗଳବାର ସକାଳୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱକପ୍‌ ଟ୍ରଫିକୁ ଆଦର୍ଶ କୃଷକ ବଜାରଠାରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ସ୍ୱାଗତ କରାଯିବା ସହିତ ଏକ ବାଇକ୍‌ ରାଲି ବାହାରି କଚେରୀ ପଡିଆ, ହାତୀଶାଳ ଛକ, ବାଘଗୁଡା ଛକ ଦେଇ ସହର ପରିକ୍ରମା କରିବାପରେ ପୁଣିଥରେ କୃଷକ ବଜାରଠାରେ ପହଞ୍ଚିଥିଲା । ପରେ ସ୍ଥାନୀୟ କଚେରୀ ଖେଳପଡିଆଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦୮ ଫୁଟ୍‌ ର ହକିଷ୍ଟିକ୍‌ କୁ ଉଦଘାଟନ କରାଯାଇଥିଲା ।

ଏହି ଅବସରରେ ଆୟୋଜିତ ସଭାପରେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମିନା, ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର ଏବଂ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ବିଶ୍ୱକପକୁ ସ୍ୱାଗତ କରିଥିଲେ ।

hiring

କାର୍ଯ୍ୟକ୍ରମରେ ଗେହ୍ଳାମା କଳାନିକେତନ ପକ୍ଷରୁ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଶ୍ୱିନୀ କୁମାର ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜ୍ୟ କଳା ସଂସ୍କୃତି ସଂଘର ଉପସଭାପତି ଅବନିକାନ୍ତ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ନୋଡାଲ ଅଧିକାରୀ ଏପିଡି ଅମିତ୍‌ ପାଣି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ବିଶ୍ୱକପ ରଥ ପରିକ୍ରମା କାର୍ଯ୍ୟକ୍ରମ ରାଜ୍ୟ ପଞ୍ଚାୟତିରାଜ ବିଭାଗ ଯୁଗ୍ମ ସଚିବ ବାଦଲ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା । ପରେ ବିଶ୍ୱକପ୍‌ ଟ୍ରଫିକୁ ଏକ ବିରାଟ ଶୋଭାଯାତ୍ରାରେ ସୁବର୍ଣ୍ଣପୁର ନିଆଯାଇଥିବାବେଳେ ରାସ୍ତାରେ ବିଭିନ୍ନ ସ୍ଥାନରେ ସ୍ୱାଗତ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

five × 2 =