ଦିବାକର ଦାସ ସ୍ମକ୍ଷରକୀ ପଠଗାରର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ

0 31

ଜଗତସିଂହପୁର: ଜିଲ୍ଲା ସଦର ମହକୁମା ସ୍ଥିତ ଆଦିକବି ଶାରଳା ଦାସ ସଂସ୍କୃତି ଭବନଠାରେ ଦିବାକର ଦାସ ସ୍ମାରକୀ ପାଠାଗାରର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ଉଦଘାଟକ ଭାବେ ଜଗତସିଂହପୁରର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅଧ୍ୟାପକ ପ୍ରତାପ କୁମାର ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଓଡିଶା କୃଷି ଓ ବୈଷୟିକ ବିଦ୍ୟାଳୟର କୁଳପତି ପ୍ରଭାତ କୁମାର ରାଉଳ, ମୁଖ୍ୟବକ୍ତା ଭାବେ ଜମିଜମା ପରିମାପକ ଓଡିଶା କଟକ ଅତିରିକ୍ତ ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ବେହେରା, ସମ୍ମାନିତ ଅତିଥିଭାବେ ଶିକ୍ଷା ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାଶ , ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସୂର୍ଯ୍ୟ ରଞ୍ଜନ ମହାନ୍ତି , ଶିକ୍ଷାବିତ ମହେନ୍ଦ୍ର କୁମାର ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଆଦର୍ଶ ଶିକ୍ଷକ ଦିବାକର ଦାସଙ୍କ ସ୍ମୃତିଚାରଣ କରିବା ସହ ପାଠାଗାରକୁ ଲୋକମାନେ କିପରି ପସନ୍ଦ କରିବେ ଓ ଇଣ୍ଟରନେଟ ଯୁଗରେ ପୁସ୍ତକକୁ କିପରି ପସନ୍ଦ କରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଦିବାକର ଦାସ ସ୍ମୃତି ସମ୍ମାନରେ ସ୍ୱାଧୀନତା ସଂଗ୍ରାମୀ ମାଧବାନନ୍ଦ ମନୋହାରୀ, ସମାଜସେବୀ ହେମନ୍ତ କୁମାର ରଥ,ଶିକ୍ଷାବିତ ନିମାଇଁ ଚରଣ ଦାସ ଓ ସରୋଜକାନ୍ତ ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରାଯିବସହ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ପାଠାଗାରର ଏକ ବାର୍ଷିକ ମୁଖପତ୍ର ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଶେଷରେ ପାଠାଗାରର ସମ୍ପାଦକ ତଥା ବାଲିକୁଦା ଜିଲ୍ଲା ପରିଷଦ ସଦସ୍ୟ ଜଟାଧାରୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଉପଦେଷ୍ଟା ଅରୁଣ କୁମାର ମହାରଣା , ତ୍ରିଲୋଚନ ପାଢ଼ୀ ପ୍ରଶାନ୍ତ କୁମାର ଦାସ, ରାଜେଶ ମାସ୍ତାନ, ତପନ ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

3 × 2 =