ନେହେରୁ ଯୁବ କେନ୍ଦ୍ରର ଜଳ ସଂରକ୍ଷଣ ଅଭିଯାନ

0 69

ବୌଦ୍ଧ/ହରଭଙ୍ଗା ,୧୦/୧୨ :- ବୌଦ୍ଧଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଜାତୀୟ ଯୁବ ସମାଜସେବୀ ସୁଧିର ଦୀପଙ୍କ ତତ୍ତ୍ୱାବଧାନରେ ଛତ୍ରଙ୍ଗସ୍ଥିତ ନାରାୟଣ ଉଚ୍ଚବିଦ୍ୟାଳୟରେ ଜଳ ସଂରକ୍ଷଣ ଅଭିଯାନ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଦେବରାଜ ରାଉତ, ମୁଖ୍ୟବକ୍ତା ଭାବେ ବିଜ୍ଞାନ ଶିକ୍ଷକ କମଳ କୁମାର ବାଇ, ଶିକ୍ଷକ ନିରଞ୍ଜନ ଆଚାର୍ଯ୍ୟ , ନିରଞ୍ଜନ ସାହୁ, ଶିକ୍ଷୟତ୍ରୀ ସ୍ୱର୍ଣ୍ଣକାନ୍ତି ସାହୁ ପ୍ରମୁଖ ଯୋଗଦେଇ ଜଳ ସଂରକ୍ଷଣର ଆବଶ୍ୟକତା ଉପରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଜଳ ସଂରକ୍ଷଣ ଉପରେଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ କ୍ରମାନ୍ୱୟରେ ପ୍ରଥମ ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ସୂର୍ଯ୍ୟକାନ୍ତ ମହାପାତ୍ର,ସଂଧ୍ୟାରଣୀ ବାରିକ ଓ ଶ୍ରାବଣୀ ରାଉତଙ୍କୁ ନେହେରୁ ଯୁବକେନ୍ଦ୍ରର ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା । ଶେଷରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ବର୍ଷା ଜଳକୁ ସଂଗ୍ରହ କରିବା ନିମନ୍ତେ ଶପଥ ପାଠ କରାଯାଇଥିଲା । କାର୍ଯ୍ୟକ୍ରମକୁ ବିଜୟଲକ୍ଷ୍ମୀ ପ୍ରଧାନ ପରିଚାଳନା କରିଥିବା ବେଳେ ଛାତ୍ରୀ ଯସଶ୍ୱିନୀ ପ୍ରଧାନ ଧନ୍ୟବାଦ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

thirteen − ten =