ବୌଦ୍ଧ ମହାନଦୀ ଆଳତୀ ଘାଟରେ ସ୍ୱଚ୍ଛତା ପାଇଁ ଶ୍ରମଦାନ କାର୍ଯ୍ୟକ୍ରମ

0 47

ବୌଦ୍ଧ,୧/୧୦:- ଭାରତ ସରକାରଙ୍କ ପକ୍ଷରୁ ଆଜି ନିଜ ପରିସରରେ ସ୍ୱଚ୍ଛତା ପାଇଁ ଶ୍ରମଦାନ କରିବାକୁ ପରାମର୍ଶ ଦିଆଯାଇଛି । ଭାରତ ସ୍ୱାଭିମାନ ନ୍ୟାସ ବୌଦ୍ଧ ଶାଖା ପକ୍ଷରୁ ମହାନଦୀ ଆଳତୀ ଘାଟ ପରିସରକୁ ସଫେଇ କରାଯାଇଥିଲା । ମହାନଦୀକୁ ପରିମଳ ମୁକ୍ତ ଓ ସ୍ୱଚ୍ଛ କରିବା ପାଇଁ ବ୍ୟବହାର କରୁଥିବା ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା । ଜିଲ୍ଲା ପ୍ରଭାରୀ ଦେବାଶିଷ ପୁରୋହିତଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୀଣାପାଣି ମହାପାତ୍ର ସ୍ନେହଲତା ପୁରୋହିତ, ସଂଯୁକ୍ତା ମହାପାତ୍ର, ରଂଜିତା ମିଶ୍ର, ଅମିତା ମହାପାତ୍ର, ପୁଷ୍ପାଞ୍ଜଳି ପାତ୍ର, ଲଳିତା ଅଗ୍ରୱାଲା, ଲିପ୍ସା ମିଶ୍ର, ଗୌରୀ ପଣ୍ଡା, ପ୍ରବୀର ଦାସ, ସୂର୍ଯ୍ୟ ନାରାୟଣ ପଣ୍ଡା, ମିନୁପ୍ରସାଦ ମିଶ୍ର, ସୂର୍ଯ୍ୟେନ୍ଦ୍ର ଶତପଥି, ନଟବର ଅଗ୍ରୱାଲା, ଚିନ୍ମୟ ହୋତା, ସୌମ୍ୟରଞ୍ଜନ ପୁରୋହିତ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

18 − 10 =