ବୌଦ୍ଧ ଜିଲ୍ଲା ବିଜେପିର ପଞ୍ଚମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

0 69

ବୌଦ୍ଧ,୨୮/୧:- ବୌଦ୍ଧ ଜିଲ୍ଲା ବିଜେପିର ପଞ୍ଚମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ବାଉଁଶୁଣୀ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ବିଜେପି ଉପସଭାପତି ଶ୍ରୀମତୀ ଅନିତା ଶୁଭଦର୍ଶନୀ ପଟ୍ଟନାୟକଙ୍କ ସହିତ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ ରାଜ୍ୟ ବିଜେପି ତରଫରୁ ଯୋଗଦାନ କରିଥିଲେ । ରାଜ୍ୟ ବିଜେପି ଉପ ସଭାନେତ୍ରୀ ଶ୍ରୀମତୀ ପଟ୍ଟନାୟକ ସମାରୋହ ଅଭିଭାଷଣରେ ସମସ୍ତ ପ୍ରକାର କାର୍ଯ୍ୟକ୍ରମ ସୁସଂଗଠିତ ଭାବରେ କରିବା ସହିତ ଦଳର ନୀତି ଆଦର୍ଶ ସବୁକୁ ତଳ ସ୍ତରରେ କିପରି ପହଞ୍ଚି ପାରିବ ସେଥିପାଇଁ ସଂଗଠନକୁ ମଜଭୁତ କରିବାକୁ ପରାମର୍ଶ ପ୍ରଦାନ କରିଥିଲେ । ବୈଠକରେ ଆଲୋଚନାରେ ଅଂଶଗ୍ରହଣ କରି ଶ୍ରୀ ପାଣିଗ୍ରାହୀ ଦଳର ସମସ୍ତ କାର୍ଯ୍ୟକ୍ରମ ଉପରେ ମାର୍ଗଦର୍ଶନ କରିଥିଲେ । ଆଗାମୀ ଦିନରେ ବୁଥ କମିଟି ଗଠନ ଠାରୁ ମଣ୍ଡଳ ପ୍ରବାସ , କମିଟି ଗଠନ ଉପରେ ଗୁରୁତ୍ୱ ଦେବା ସହିତ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଜିଙ୍କ ଲୋକାଭିମୁଖୀ ସବୁ ଯୋଜନା କିପରି ବୁଥ ସ୍ତରୀୟ ନେତା ଓ ଜଣ ସାଧାରଣଙ୍କ ପାଖରେ ପହଞ୍ଚାଯାଇପାରିବ ସେଥିପାଇଁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପିର ବରିଷ୍ଟ ନେତୃବୃନ୍ଦ ସର୍ବଶ୍ରୀ ସଚ୍ଚିଦାନନ୍ଦ ଦଲାଲ, କହ୍ନେଇ ଚରଣ ଡ ।ଙ୍ଗ, ସୁଶାନ୍ତ କୁମାର ପ୍ରଧାନ , ମାଗୁଣୀ ଗାଈଗୌରୀଆ, ରାକେଶ ତ୍ରିପାଠୀ, ଶ୍ୟାମ ସୁନ୍ଦର ପୁରୋହିତ, ତାପସ କୁମାର ପଟ୍ଟନାୟକ, ପ୍ରେମାନନ୍ଦ ମିଶ୍ର, ସୁଶାନ୍ତ ବାଘ , ସତ୍ୟାନନ୍ଦ ପାଣ୍ଡେ, ବନମାଳୀ ରଣା, ଅଟଳ କୁମାର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ଗାଈଗୌରୀଆ, ରାଜୀବ ଦେହୁରୀ, ବିଶିକେଶନ ପ୍ରଧାନ, ସୂର୍ଯ୍ୟନାରାୟଣ ମହାପାତ୍ର, ରାଜ କୁମାର ମେହେର, କାଇଁଛ ପ୍ରଧାନ, ସଂଗ୍ରାମ ବେହେରା, ନବୀନ ମହାପାତ୍ର, ସୁଦାମ ମାଣ୍ଡିଲିଙ୍କ ସମେତ ସମସ୍ତ ମଣ୍ଡଳ ସଭାପତିଓ ଦଳୀୟ ନେତୃବୃନ୍ଦ ପ୍ରମୁଖ ଯୋଗଦାନ୍‌ କରିଥିଲେ ।

hiranchal ad1
Leave A Reply

Your email address will not be published.

fourteen − six =