ବିଜେପି କୃଷକ ମୋର୍ଚ୍ଚା ତରଫରୁ ନୂଆଖାଇ ଭେଟ୍‌ଘାଟ୍‌

0 60

ବୌଦ୍ଧ,୧୭/୧୦:- ଆଜି ସ୍ଥାନୀୟ ଟାଉନହଲ୍‌ ଠାରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ସହିତ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ରବି କୁମାର ଦେଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ପ୍ରଧାନ, ବରିଷ୍ଠନେତା ସୁକାନ୍ତ ପାଣିଗ୍ରାହୀ, ଜିଲ୍ଲାପରିଷଦ ସଦସ୍ୟ ଇଂ. ରାକେଶ ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଜୀଙ୍କ ବଳିଷ୍ଠ ନେତୃତ୍ୱ ଯୋଗୁଁ ବିଗତ ୯ବର୍ଷ ଧରି ଶାସନ କାଳରେ କୃଷି ଓ କୃଷକଙ୍କ ସମସ୍ୟା ସମାଧାନ ସହିତ ବହୁ ଜନହିତକର କାର୍ଯ୍ୟ କରୁଛନ୍ତି ଜାରି ଫଳରେ ଆଗାମୀ ଦିନରେ ନିର୍ବାଚନରେ ଲୋକସଭା ରେ ୪୦୦ରୁ ଅଧିକ ଲୋକସଭା ଆସନରେ ଜୟଯୁକ୍ତ ହେବା ସହିତ ଓଡ଼ିଶାରେ ବିଜେପି ସରକାର ଗଠନ କରିବ ବୋଲି କର୍ମକର୍ତ୍ତା ପ୍ରମୁଖଙ୍କ ଉପସ୍ଥିତିରେ ଅଭିଭାଷଣ ପ୍ରଦାନ କରିବା ସହିତ ବର୍ତ୍ତମାନର ଓଡ଼ିଶା ସରକାର ଏକ ପଙ୍ଗୁ ଅଥର୍ବ , କୁମ୍ଭ କର୍ଣ୍ଣ ସରକାର ବୋଲି ଉଦାହରଣ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି ତାଙ୍କ ଅଭିଭାଷଣରେ କୃଷି ଓ କୃଷକ ମାନଙ୍କ ପାଇଁ ସଦାସର୍ବଦା ମୋଦୀ ସରକାର ବିଗତ ୯ ବର୍ଷ ସେବା, ସୁଶାସନ, ଗରିବ କଲ୍ୟାଣ ବର୍ଷର ଉଦାହରଣ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଆଗାମୀ ଦିନରେ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତା ଏକତ୍ରିତ ହୋଇ ଏକ ମନରେ ମୋଦୀଙ୍କ ମନ୍ତ୍ରକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଅନୁରୋଧ କରି ବକ୍ତବ୍ୟ ପ୍ରଦାନ କରିଥିଲେ । ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ଉପ ସଭାପତି ସୂର୍ଯ୍ୟନାରାୟଣ ମହାପାତ୍ର କୃଷକ ମାନଙ୍କ ଉନ୍ନତି ପାଇଁ ତୁରନ୍ତ ଗମ୍ଭୀର ।ଦର ଠାରେ ସାଲୁଙ୍କି ନଦୀରେ ଏକ ନୂତନ ଜଳସେଚନ ପ୍ରକଳ୍ପ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସରକାରଙ୍କୁ ନିବେଦନ କରି ବକ୍ତବ୍ୟ ପ୍ରଦାନ କରିଥିଲେ । ଆଜିର ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲାରୁ ହଜାର ହଜାର ଚାଷୀମାନଙ୍କ ସହିତ ଦଳୀୟ ପଦାଧିକାରୀ ଯୁଗଳ କିଶୋର ସାମଲ, ତାପସ କୁମାର ପଟ୍ଟନାୟକ, ମନରଞ୍ଜନ ଦାସ, ରମେଶ ମହାନ୍ତି, ସୁଶାନ୍ତ କୁମାର ବାଘ, ବୈକୁଣ୍ଠ ପ୍ରଧାନ, ଦାଶରଥି ବାରିକ, ପ୍ରେମାନନ୍ଦ ମିଶ୍ର, ଶ୍ୟାମ ସୁନ୍ଦର ପୁରୋହିତ, ପୂର୍ଣ୍ଣଚନ୍ଦ୍ର ଗାଈଗୌରିଆ, ଶମ୍ଭୁ ପ୍ରଧାନ, ବାମନ ବାରିକ, ତପନ କୁମାର ଡାଙ୍ଗ, ନବୀନ ହୋତା, ତ୍ରିପୁରାରି ମହାକୁଡ, ଶେଷ ଛାନ୍ଦ, ବିଶିକେଶନ ପ୍ରଧାନ, ମୀନାରାଣୀ ମିଶ୍ର, ନମିତ ।ର ।ଣୀ ଦାସ ,ନିରଞ୍ଜନ ଦାନୀ , ମାଗୁଣି ଗାଈଗୌରିଆ ପ୍ରମୁଖ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

nineteen + six =