ସରକାରୀ କର୍ମଚାରୀଙ୍କୁ ମିଳିବ ଦୀପାବଳି ବୋନସ

0 75

ଦିପାବଳୀରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ମୋଦି ସରକାର ଦେଲେ ଏକ ବଡ ଉପହାର । ସରକାର ମଙ୍ଗଳବାର ଦିନ ଦିପାବଳୀ ବୋନସ ଘୋଷଣା କରିଛନ୍ତି। ଏହା ଅଧୀନରେ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ବର୍ଗର କର୍ମଚାରୀମାନେ ୩୦ ଦିନର ବେତନ ସହିତ ସମାନ ଟଙ୍କା ପାଇବେ ।

hiring

ଦିପାବଳୀ ଅବସରରେ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ଆଡ୍-ହକ୍ ବୋନସ୍ ଦେବା ନେଇ କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ସେହିପରି ଅଣ-ଗେଜେଟେଡ୍ କର୍ମଚାରୀ କେନ୍ଦ୍ର ସରକାରଙ୍କ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ଅଧୀନରେ ଥିବା, ଯେଉଁମାନେ କୌଣସି ବୋନସ୍ ସ୍କିମ୍ ଅଧୀନରେ ନାହାଁନ୍ତି ସେମାନଙ୍କୁ ମଧ୍ୟ ବୋନସ୍ ମିଳିବ । ଅର୍ଥ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ସୂଚନା ଦେଇଛି ଯେ, ୨୦୨୨-୨୩ ପାଇଁ କେନ୍ଦ୍ର ସରକାରଙ୍କ ଅଣ-ଗେଜେଟେଡ୍ କର୍ମଚାରୀଙ୍କ ପାଇଁ ୭୦୦୦ ଟଙ୍କା ବୋନସ୍ ଘୋଷଣା କରାଯାଇଛି।

ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦିପାବଳୀ ବୋନସ ସେହି କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦିଆଯିବ ଯେଉଁମାନେ ମାର୍ଚ୍ଚ ୩୧,୨୦୨୩ ପର୍ଯ୍ୟନ୍ତ ସେବା କରିଆସୁଛନ୍କି ଏବଂ ୨୦୨୨-୨୩ ବର୍ଷ ମଧ୍ୟରେ ଅତି କମରେ ୬ ମାସ କାମ କରିଛନ୍ତି । ତେବେ ଆଜି କ୍ୟାବିନେଟ୍ ବୈଠକରେ ଡି.ଏ. ବୃଦ୍ଧି ନେଇ ଘୋଷଣା କରାଯାଇ ପାରେ ।
ସୂଚନାନୁସାରେ, ମୋଦି କ୍ୟାବିନେଟ୍ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ମଧ୍ୟ ବୃଦ୍ଧି କରିପାରନ୍ତି।

hiranchal ad1
Leave A Reply

Your email address will not be published.

seven − four =