ବଜରଙ୍ଗ ଦଳ ତରଫରୁ ୧୨ ଘଣ୍ଟିଆ ବୌଦ୍ଧ ବନ୍ଦ

0 60

ବୌଦ୍ଧ,୧୯/୪:- ଗତ ୧୨ ତାରିଖ ବୁଧବାର ଦିନ ସମ୍ବଲପୁର ନଗରରେ ହନୁମାନ ଜୟନ୍ତୀ ଉପଲକ୍ଷେ ବଜରଙ୍ଗ ଦଳ ତରଫରୁ ଏକ ମୋଟର ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଘଟିଥିବା ହିଂସାତ୍ମକ ଆକ୍ରମଣ ଏବଂ ୧୪ ତାରିଖ ଦିନ ହନୁମାନ ମହୋତ୍ସବ ଶୋଭାଯାତ୍ରାରେ ଜଣେ ହିନ୍ଦୁ ଭାଇଙ୍କ ହତ୍ୟାକୁ ନେଇ ସମ୍ବଲପୁରରେ ଉତ୍ତେଜନା ପ୍ରକାଶ ପାଇଥିଲା । ସେହିଦିନ ଠାରୁ ସମ୍ବଲପୁରରେ କର୍ଫ୍ୟୁ ଜାରିରହିଥିବାବେଳେ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ ରହିଥିଲା । ଏହାକୁ ସମର୍ଥନ ଜଣାଇ ଆଜି ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପଶ୍ଚିମପ୍ରାନ୍ତ ତରଫରୁ ବୌଦ୍ଧ ଜିଲ୍ଲା ସମେତ ୧୩ ଜିଲ୍ଲାରେ ଆଜି ବନ୍ଦ ଡାକରା ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଆଜି ବଜରଙ୍ଗ ଦଳ ବୌଦ୍ଧ ତରଫରୁ ବନ୍ଦକୁ ବଜରଙ୍ଗ ଦଳ ସମେତ ବିଶ୍ୱ ହିନ୍ଦୁ ପରିଷଦ, ଭାରତୀୟ ଜନତା ପାର୍ଟି, ବୌଦ୍ଧ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନର କର୍ମକର୍ତ୍ତାମାନେ ସମର୍ଥନ ଜଣାଇ ବନ୍ଦରେ ସାମିଲ ହୋଇଥିଲେ । ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ୧୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଥିବାବେଳେ ଯାନବାହନ ଚଳାଚଳ ସଂପୂର୍ଣ୍ଣ ଠପ୍‌ ହୋଇପଡିଛି । ସମସ୍ତ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ, ଅଫିସ, ବ୍ୟାଙ୍କ, ପୋଷ୍ଟଅଫିସ, ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିଥିଲା । ଯାନବାହନ ଚଳାଚଳ ବନ୍ଦ ଥିବାରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । କେବଳ କୋର୍ଟ ଗୁଡିକ ଖୋଲାଥିବା ଦେଖିବାକୁ ମିଳିଥିଲା । ବଜରଙ୍ଗ ଦଳ ତରଫରୁ ସହରର ବିଭିନ୍ନ ଛକ ମାନଙ୍କରେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିଥିଲେ । ଯାନବାହନ ଚଳାଚଳ ବନ୍ଦ ଥିବାରୁ ବିଜୁ ପଟ୍ଟନାୟକ ଛକ ଠାରେ ରାସ୍ତାର ଉଭୟ ପାଶ୍ୱର୍ରେ ଶତାଧିକ ଯାନବାହନ ଅଟକି ରହିଥିବା ଦେଖିବାକୁ ମିଳିଥିଲା . । ଶାନ୍ତିଶୃଙ୍ଖଳା ପାଇଁ ସହରର ବିଭିନ୍ନ ଛକ ମାନଙ୍କରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ବଜରଙ୍ଗ ଦଳ ତରଫରୁ ଜିଲ୍ଲା ସଂଯୋଜକ ସମ୍ବିଦ ପଟ୍ଟନାୟକ, ସହ ସଂଯୋଜକ ଚକିତ କୁମାର ଭଞ୍ଜ, ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି, ବିଶ୍ୱ ହିନ୍ଦୁ ପରିଷଦର ସଭାପତି ଶମ୍ଭୁ ପ୍ରସାଦ ମିଶ୍ର, ସଂପାଦକ ପ୍ରେମାନନ୍ଦ ମିଶ୍ରଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ବଜରଙ୍ଗ ଦଳର ଶତାଧିକ କର୍ମକର୍ତ୍ତା ଉପସ୍ଥିତ ରହି ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିଥିଲେ ।

hiranchal ad1
Leave A Reply

Your email address will not be published.

five × 3 =