ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ ଓ ଗଣଧାରଣା

0 133

ବୌଦ୍ଧ, ୨୪/୧୧– ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଆଜି ବୌଦ୍ଧ ବସଷ୍ଟାଣ୍ଡ ପରିସରରେ ବିଜୁ ମହିଳା, ଯୁବ ଏବଂ ଛାତ୍ର ଜନତା ଦଳ ତରଫରୁ ବୌଦ୍ଧ ନିର୍ବାଚନମଣ୍ଡଳୀ ସ୍ତରୀୟ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗ୍ୟାସ ଦରଦାମ ବୃଦ୍ଧି ଘଟୁଥିବାରୁ ଏହାର ପ୍ରଭାବ ବିଶେଷକରି ଗରିବ ଓ ମଧ୍ୟବିତ୍ତ ପରିବାର ଉପରେ ସିଧାସଳଖ ପଡୁଥିବାବେଳେ କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନା ରାଜ୍ୟରେ ବିଫଳ ହୋଇଥିବା ଦଳ ଅଭିଯୋଗ କରିଛି । କେନ୍ଦ୍ର ସରକାର ରନ୍ଧନ ଗ୍ୟାସ ସହ ପେଟ୍ରୋଲ, ଡିଜେଲ, ଖାଇବା ତେଲ ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀର ତୁରନ୍ତ ଦରହ୍ରାସ କରିବାକୁ ଦଳ ତରଫରୁ ଦାବିକରି କେନ୍ଦ୍ରସରକାର ବିରୁଦ୍ଧରେ ନାରାବାଜି କରିଥିଲା । ଏହି ବିକ୍ଷୋଭ ସମାବେଶରେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ରାଜ୍ୟ ଯୁଗ୍ମ ସଂପାଦକ ଅଶୋକ ସାହୁଙ୍କ ନେତୃତ୍ୱରେ ଯୁବ ବିଜେଡି ସଭାପତି ମୃତ୍ୟୁଞ୍ଜୟ ମିଶ୍ର, ଛାତ୍ର ସଭାପତି ସଂଗ୍ରାମ କେଶରୀ ଦାସ, ବୌଦ୍ଧ ସରପଞ୍ଚ ସଂଘ ସଭାପତି ବିଦ୍ୟାଧର ସ୍ୱାଇଁ, ବୌଦ୍ଧ ବ୍ଲକ ଉପାଧ୍ୟକ୍ଷ ମନୋରଞ୍ଜନ ପୁରୋହିତ, ମହିଳା ସଭାନେତ୍ରୀ ଜସ୍ମିନ ପ୍ରଧାନ, ପୂର୍ବତନ ଏନଏସି ଅଧ୍ୟକ୍ଷା ଦୀପ୍ତିପ୍ରଭା ସ୍ୱାଇଁ, ବିଜେଡି ନେତା ପ୍ରଭାତ ପ୍ରଧାନ, କୈଳାସ ବେହେରା, ବଘିଆପଡା ସରପଞ୍ଚଙ୍କ ସମେତ ଶତାଧିକ ମହିଳା ଓ ଓ ଦଳୀୟ ନେତା କର୍ମୀ ଯୋଗଦେଇଥିଲେ । ଏହି ପରିପ୍ରେକ୍ଷୀରେ ଧାରଣା ସ୍ଥଳରୁ ଏକ ଶୋଭାଯାତ୍ରାରେ ବାହାରି ବୌଦ୍ଧ ଏନଏସି କାର୍ଯ୍ୟାଳୟକୁ ଯାଇ ନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡାଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

4 × 1 =