ଗର୍ଜନ ସେନା ତରଫରୁ ବୌଦ୍ଧ ଦିନ ପାଳିତ

0 155

ବୌଦ୍ଧ,୨/୧- ଆଜି ବୌଦ୍ଧ ସହରରେ ଥିବା ବୁଦ୍ଧ ପାର୍କରେ ଗର୍ଜନ ସେନା ତରଫରୁ ବୌଦ୍ଧ ଦିନ ପାଳିତ ହୋଇଯାଇଛି । ଜାନୁୟାରୀ ୨ ତାରିଖରେ ଆମ ବୌଦ୍ଧ ଜିଲ୍ଳା ଏକ ସ୍ୱତନ୍ତ୍ର ଜିଲ୍ଳାର ମାନ୍ୟତା ପାଇଥିଲା । ସ୍ୱାଧୀନ ଭାରତରେ ବୌଦ୍ଧ ଜିଲ୍ଲା ଏକ ନୂତନ ପରିଚୟ ପାଇଲା । ତେଣୁ ଏହି ଦିନକୁ ବୌଦ୍ଧ ଜିଲ୍ଲା ବିକାଶ ଗର୍ଜନ ସେନା ବୌଦ୍ଧ ଦିନ ଭାବରେ ପାଳନ କରିବା ସହ ନିଜ ମାଟିର ଉନ୍ନତି ପାଇଁ ଯୁବ ସମାଜଙ୍କୁ ଆକୃଷ୍ଟ ପାଇଁ ବୌଦ୍ଧ ଜିଲ୍ଲାକୁ ପାଥେୟ କରି କରାଯାଇଥିବା କବିତା ଲିଖନ ଓ ରଚନା ଲିଖନ ପ୍ରତିଯୋଗିତାରେ କୃତି ଯୁବ ଭାଇ ଭଉଣୀଙ୍କୁ ସମ୍ମାନିତ କରାଯାଇଥିଲା । ରଚନା ପ୍ରତିଯୋଗିତାରେ ସୁଧୀର ଦୀପ ପ୍ରଥମ, ଶାଶ୍ୱତୀ ଦେହୁରୀ ଦ୍ୱିତୀୟ ଓ ପ୍ରଜ୍ଞା ପାରମିତା ସାହୁ ଏବଂ ଜୟଶ୍ରୀ ମହାକୁଳ ତୃତୀୟ ସ୍ଥାନ ଅଧିକାର କରିଥିଲେ । ବୌଦ୍ଧ ଜିଲ୍ଲାର ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ବୌଦ୍ଧ ସମ୍ମାନ-୨୦୨୨ରେ ଗର୍ଜନ ସେନା ତରଫରୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସମାଜସେବୀ ତଥା ପୂର୍ବତନ ବିଜ୍ଞାପିତ ପରିଷଦ ଅଧ୍ୟକ୍ଷ ନିବାସ ଚନ୍ଦ୍ର ଦାନୀ ଯୋଗଦେଇ ଯୁବ ସମାଜ ବୌଦ୍ଧର ବିକାଶ ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦିଆଯାଇଥିଲା । ଭୈରବୀ ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଲଳିତ ମେହେର ଯୋଗଦେଇ ବୌଦ୍ଧ ଜିଲ୍ଲାରେ ଶିକ୍ଷା, ଗମନାଗମନ ଆଦି ଜିଲ୍ଳାର ବିକାଶ ପାଇଁ ଗୁରୁତ୍ୱ ଗ୍ରହଣ କରୁଛି ଓ ତାହା ଯୁବ ସମାଜ ଚାହିଁଲେ ସମ୍ଭବ ବୋଲି କହିଥିଲେ । ଗର୍ଜନ ସେନା ସଭାପତି ବାଲ୍ମିକୀ ମହାକୁଡ଼ ସଭାପତିତ୍ୱ କରିଥିବାବେଳେ କାର୍ଯ୍ୟକ୍ରମରେ ସିଲୁ ମହାକୁଡ଼, ଲିକୁନ ମହାକୁଡ଼, ଦେବାଶିଷ ପ୍ରଧାନ, ଦେବାଶିଷ ସେଠୀ ସୁଶାନ୍ତ ଭୋକ୍ତା ପ୍ରମୁଖ ସହଯୋଗ କରିଥିଲେ । ସହରରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ଏହି ଅବସରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

two × 1 =