ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଖୋଲିଲା ଅଷ୍ଟିଓପାଥି କ୍ଲିନିକ

0 144

ବୌଦ୍ଧ,୩୦/୧:- ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ କଟକର ମିଳିତ ଆନୁକୂଲ୍ୟରେ ରବିବାର ଦିନ ବୌଦ୍ଧଜିଲା ମୁଖ୍ୟ ଚିକିତ୍ସାଳୟ ଠାରେ ଅଷ୍ଟିଓପାଥି କ୍ଲିନିକର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ପଦାଧିକାରୀ ଓ କର୍ମଚାରୀମାନଙ୍କ ଉପସ୍ଥିତିରେ ଆଭାସି ଜରିଆରେ ଗୁରୁଦେବ ଶ୍ରୀଶ୍ରୀ ରବିଶଙ୍କର ଏହାର ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ କଟକଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତ, ବୌଦ୍ଧ ଜିଲାପାଳ ସତ୍ୟରଞ୍ଜନ ସାହୁ ଓ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମଦନମୋହନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

hiring

ସେହିପରି ବୌଦ୍ଧଠାରେ ଆୟୋଜିିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ସାଂସଦ ପ୍ରତିନିଧି ତାରେଣି ମହାପାତ୍ର ଓ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ଅଷ୍ଟିଓପାଥି କ୍ଲିନିକ ବୌଦ୍ଧ ମୁଖ୍ୟଚିକିତ୍ସାଳୟର ଫିଜିଓଥେରାପି ୟୁନିଟ ନିକଟରେ ଆସନ୍ତା ୧ ତାରିଖଠାରୁ ନିୟମିତ ଭାବରେ କାର୍ଯ୍ୟ କରିବ । ଏହି କ୍ଲିନିକରେ ବିଭିନ୍ନ ରୋଗର ନିଦାନ ଓ ପରାମର୍ଶ ସହିତ ମାଂସପେଶୀ, ଅସ୍ଥି,ଲିଗାମେଣ୍ଟ ଏବଂ କନେକ୍ଟିଂ ଟିସୁ ସଂପର୍କରେ ଚିକିତ୍ସା ସେବା ମିଳିପାରିବ । ଏହି ଅଷ୍ଟିଓପାଥି ଚିକିତ୍ସାରେ ଔଷଧ କିମ୍ବା ଅସ୍ତ୍ରୋପଚାରର ଆବଶ୍ୟକତା ନାହିଁ । ଏହି ଅବସରରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଶ୍ରୀଶ୍ରୀ ରବିଶଙ୍କର ସମଗ୍ର ବୌଦ୍ଧବାସୀଙ୍କ ଉଦ୍ଦେଶ୍ୟରେ ନିଜର ଆର୍ଶୀବଚନ ସହିତ ଚିକିତ୍ସା ସେବାର ଲାଭ ଉଠାଇ ସୁସ୍ଥ ରହିବାକୁ ପରାମର୍ଶ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

2 − 1 =