ବୌଦ୍ଧ,୩୧/୧୦- ଜିଲ୍ଲାପାଳଙ୍କ ଓସ୍ୱାନ ସଭାଗୃହ ଠାରେ ଆଜି ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଦୁର୍ନୀତି ବିରୋଧରେ ସାମୁହିକ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ଏହି ଶପଥପାଠ କରାଇଥିଲେ । ଏଥିରେ ଡେପୁଟି କଲେକ୍ଟର ଝରଣା ପ୍ରଧାନ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶାନ୍ତିସୁଧା ପାତ୍ର, ଅତିରିକ୍ତ ପି. ଡି. ପ୍ରତାପ ଚନ୍ଦ୍ର ପ୍ରଧାନ, ଏ. ବି. ଇ. ଓ. ଘନଶ୍ୟାମ ମେହେର, ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ ମିନତୀ ପତି, ସଂସ୍ଥାପନା ଅଧିକାରୀ ଝରଣା ପ୍ରଧାନ, ସ୍ୱଳ୍ପ ସଂଚୟ ଅଧିକାରୀ ବିରଞ୍ଚି ଧରୁଆ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ରାଷ୍ଟ୍ରିୟ ଏକତା ଦିବସ ସମ୍ପର୍କିତ ଶପଥ ପାଠ ମଧ୍ୟ କରିଥିଲେ । ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ସାମିଲ ହୋଇ ଶପଥ ପାଠ କରିଥିଲେ ।
![hiranchal ad1](https://hiranchallive.in/wp-content/uploads/2021/05/hiranchal-advertisement.jpeg)