ଆସନ୍ତା ୧୪ ରୁ ବୌଦ୍ଧ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟ୍‌ବଲ୍‌ ପ୍ରତିଯୋଗିତା

0 69

ବୌଦ୍ଧ,୧୨/୧୦:- ଆସନ୍ତା ୧୪ ରୁ ୧୭ ଅକ୍ଟୋବର ଯାଏଁ ହେବାକୁ ଥିବା ଆନ୍ତଃ ବିଦ୍ୟାଳୟ ଫୁଟ୍‌ବଲ୍‌ ପ୍ରତିଯୋଗିତାର ପ୍ରାରମ୍ଭିକ କାର୍ଯ୍ୟକ୍ରମ ବୌଦ୍ଧ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ହରଭଙ୍ଗା ବ୍ଲକ୍‌ ଅନ୍ତର୍ଗତ ବୀରନରସିଂହପୁର ନନ୍ଦନବନ ଠାରେ ବିଶିଷ୍ଟ ଅତିଥିମାନଙ୍କ ଗହଣରେ ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଶିକ୍ଷାବିତ୍‌ ତଥା ମାନ୍ୟବର ସାଂସଦ, କନ୍ଧମାଳ ଡ. ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଓଡ଼ିଶାରେ କ୍ରୀଡ଼ାର ବିକାଶ ପାଇଁ ରହିଥିବା ଉଲ୍ଲେଖନୀୟ ଭୂମିକା ସମ୍ବନ୍ଧରେ ବକ୍ତବ୍ୟ ରଖିବା ସହ ଫୁଟବଲ ଫର୍‌ ଅଲ୍‌ ନାରା ଦେଇ ରାଜ୍ୟର ୪ ହଜାର ଉଚ୍ଚ ବିଦ୍ୟାଳୟକୁ ରାଜ୍ୟ ସରକାର ଫୁଟ୍‌ବଲ୍‌ ଯୋଗାଇ ଦେଇଛନ୍ତି ବୋଲି ଅଭିହିତ କରିଥିଲେ । ସମ୍ମାନନୀୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ ଯୋଗଦେଇ ଜିଲ୍ଳାରେ କ୍ରୀଡ଼ାର ବଳିଷ୍ଠ ଭିତ୍ତିଭୂମି ଉପରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ ଏହି ଅବସରରେ କଠିନ ଅଧ୍ୟବସାୟ ହିଁ ସଫଳତା ଆଣିଦିଏ ବୋଲି ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେବାସହ ଏ ଦିଗରେ ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କ ଏକ ବଳିଷ୍ଠ ଗୁରୁଦାୟିତ୍ୱ ରହିଛି ବୋଲି କହିଥିଲେ । କ୍ରୀଡ଼ା କ୍ଷେତ୍ରରେ ବୌଦ୍ଧ ଜିଲ୍ଲା ରାଜ୍ୟରେ କିପରି ଅଗ୍ରଣୀ ଭୂମିକା ନେଇପାରିବ ସେଥିନିମନ୍ତେ ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଳା ଶିକ୍ଷା ଅଧିକାରୀ ଡ.ଉଦୟନାଥ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ପ୍ରାରମ୍ଭିକ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ” ସାଧୁଚରଣ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରିବେଷଣ କରିବା ସହ ଅତିଥି ଅଭ୍ୟର୍ଥନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରା, ଜିଲ୍ଲା ପରିଷଦ ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅଶ୍ୱିନୀ ମେହେର, ଉପଜିଲ୍ଲାପାଳ ଶ୍ରୀ ସନତ୍‌ କୁମାର ନାଏକ, ଅଧ୍ୟକ୍ଷ, ବୌଦ୍ଧଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଶ୍ରୀ ମୃତ୍ୟୁଞ୍ଜୟ ମିଶ୍ର, ହରଭଙ୍ଗା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀ ସରୋଜ କୁମାର ପ୍ରଧାନ ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ରଖିଥିଲେ । ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀ ଆନନ୍ଦ କୁମାର ବେହେରା ପ୍ରାରମ୍ଭିକ ବିବରଣୀ ଉପସ୍ଥାପନ କରିଥିଲେ । ଜିଲ୍ଲାର ୭୬ ଗୋଟି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶାରୀରିକ ଶିକ୍ଷା ଶିକ୍ଷକ ମୁଖ୍ୟ ଅତିଥି ତଥା ଅନ୍ୟାନ୍ୟ ଅତିଥିମାନଙ୍କ ଠାରୁ ଫୁଟ୍‌ବଲ୍‌, ଜର୍ସି ଓ ଜୋତା ଗ୍ରହଣ କରିଥିଲେ । ବାଉଁଶୁଣୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ଶ୍ରୀମାନ ରିଶିବ୍‌ ମେହେର ଓ ରୋଶନ ମେହେର ମାନ୍ୟବର ସାଂସଦଙ୍କୁ ସ୍ୱହସ୍ତରେ ଅଙ୍କିତ ଫଟୋଚିତ୍ର ପ୍ରଦାନ କରିଥିଲେ । ପରିଶେଷରେ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ “ହମ୍‌ ହୋଙ୍ଗେ କାମିୟାବ୍‌” ଗାନ କରିଥିଲେ । ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

8 + ten =