ବୌଦ୍ଧ,୨୭/୨:- ସମଗ୍ର ରାଜ୍ୟରେ ୪୧ ଟି କ୍ରିକେଟ ଏକାଡେମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ଆଜି ସନ୍ଧ୍ୟା ୫ ଘଣ୍ଟା ସମୟରେ ଉଦଘାଟିତ ହୋଇଥିବାବେଳେ ବୌଦ୍ଧ ଜିଲ୍ଲା ଷ୍ଟାଡିୟମ ଠାରେ ଓଡିଶା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ବୌଦ୍ଧ କ୍ରିକେଟ ଏକାଡେମୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଜିଲ୍ଲା ଷ୍ଟାଡିୟମ ପରିସରରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ରାଜ ପ୍ରାସାଦ ଯୋଗ ଦେଇଥିବାବଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ, ଜିଲ୍ଲା କ୍ରିକେଟ ଆସୋସିଏସନ ସଭାପତି ନିରଞ୍ଜନ ମେହେର, ଜିଲ୍ଲା କ୍ରିକେଟ ଆସୋସିଏସନ ସମ୍ପାଦକ ଯୁଗଳ କିଶୋର ସାମଲ ଯୋଗ ଦେଇଥିଲେ ।


ମୁଖ୍ୟ ଅତିଥି ରାଜ ପ୍ରାସାଦ ଫିତା କାଟି ଏହି କ୍ରିକେଟ ଏକାଡେମୀ ଶୁଭାରମ୍ଭ କରିଥିବା ବେଳେ ଜିଲ୍ଲା କ୍ରିକେଟ ସଙ୍ଘର ସମସ୍ତ ସଦସ୍ୟ, କ୍ରୀଡ଼ାବିତ, ଛାତ୍ରଛାତ୍ରୀ, ବିଭିନ୍ନ ଅନୁଷ୍ଠାନର ସଦସ୍ୟ, ବୁଦ୍ଧିଜୀବି ଏହି ଉତ୍ସବରେ ଉପସ୍ଥିତ ଥିଲେ ।
