ଟାକରା ଗ୍ରାମ ପଞ୍ଚାୟତରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ

0 135

ଦଶପଲ୍ଲା : ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ପ୍ରତି ପଂଚାୟତର ପ୍ରତି ଘରେ ଘରେ ନିଜର ସ୍ଥିତିକୁ ଜାହିର କରିବା ପାଇଁ ବିଜେଡି ପକ୍ଷରୁ ଘରେ ଘରେ ଶଂଖ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ଘରକୁ ଘର ବୁଲି ସଚେତନତା ଓ ସରକାରଙ୍କର ଲୋକାଭିମୁଖୀ କାର୍ଯ୍ୟକୁ ପ୍ରତି ପରିବାରରେ ପହଞ୍ଚାଇ ଆଗାମୀ ନିର୍ବାଚନରେ ପୁଣି ଥରେ ସରକାରକୁ ଆସିବାପାଇଁ ଜୋର୍‌ସୋର୍‌ ଉଦ୍ୟମ କରୁଛି ବିଜେଡି । ଏହି ପରିପ୍ରେକ୍ଷୀରେ ଆଜି ଦଶପଲ୍ଲା ବ୍ଲକ୍‌ ଟାକରା ଗ୍ରାମପଞ୍ଚାୟତର ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଗ୍ରାମ ବୁଗୁଡାକଲୋନୀ, ତିଳାବାଡି ପ୍ରଭୃତି ଗ୍ରାମରେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ଘରଘର ବୁଲି ଘରେ ଘରେ ଶଂଖ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ଗ୍ରାମବାସୀ ମାନଙ୍କୁ ବିଜେଡି ସରକାରଙ୍କ ସ୍ୱଚ୍ଛ,ନିର୍ମଳ ଓ ଲୋକାଭିମୁଖୀ କାର୍ଯ୍ୟ ଗୁଡିକ ସମ୍ପର୍କରେ ବୁଝାଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ରାଜ୍ୟ ତଥା ଓଡିଶା ବାସୀଙ୍କର ସାମଗ୍ରୀକ ଉନ୍ନତି ସମ୍ପର୍କରେ ଆଉ କାହାରିକୁ ଅଛପା ନାହିଁ ବୋଲି କହିଥିଲେ । ଓଡିଶା ବାସୀଙ୍କର ଉନ୍ନତିରେ ସହାୟକ ହୋଇଥିବା ବିଜେଡି ସରକାର ଆଗାମୀ ନିର୍ବାଚନରେ ଘରେ ଘରେ ଶଂଖ ବାଜିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ପୁନର୍ବାର ସରକାରକୁ ଆସିବା ସୁନିଶ୍ଚିତ ବୋଲି ଉପସ୍ଥିତ ଗ୍ରାମବାସୀମାନେ ଶ୍ରୀ ବେହେରାଙ୍କୁ ପ୍ରତିଶୃତି ମଧ୍ୟ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

4 − one =