ଜିଲ୍ଲାପାଳ ଅଫିସ ଘେରିଲା ପୁରୀ ବିଜେପି ମହିଳା ମୋର୍ଚ୍ଚା

0 53

ପୁରୀ : ପୁରୀରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପୁରୀ ଜିଲାପାଳଙ୍କ ଅଫିସ ଘେରାଉ କରାଯାଇଛି । ଏସ ଏଚ୍‌ ଜି ମହିଳା ଗୋଷ୍ଠୀଙ୍କୁ ସରକାର ଋଣ ଦେବାରେ ପାତରଅନ୍ତର ନିତି ପ୍ରତିବାଦରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥଲା । ପୁରୀ ଟାଉନ ହଲ ଛକରୁ ଏକ ରାଲିରେ ଶହଶହ ବିଜେପି ମହିଳା ମୋର୍ଚ୍ଚାର କର୍ମୀ ଆସି ଜିଲାପାଳ ଅଫିସ୍‌ ରେ ପହଂଚି ରାଜ୍ୟ ସରକାରଙ୍କ ପାତରଅନ୍ତର ନିତିକୁ ପ୍ରତିବାଦ କରିଥିଲେ । ତେବେ ଏ ନେଇ ବିଜେପି ମହିଳା ମୋର୍ଚ୍ଚା ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ପାଇଁ ଜିଲାପାଳଙ୍କ ନିକଟକୁ ଯିବା ପାଇଁ ଚେଷ୍ଟା କରିଥିବା ବେଳେ ପୋଲିସ୍‌ ନ ଛାଡ଼ିବାକୁ ନେଇ ବିଜେପି ମହିଳା ମୋର୍ଚ୍ଚା କର୍ମୀ ଉତ୍ତ୍ୟକ୍ତ ହୋଇ ବନ୍ଦ କରାଯାଇ ଥିବା ଗେଟ୍‌କୁ ଠେଲି ଜବରଦସ୍ତ ଜିଲାପାଳଙ୍କ ଅଫିସରେ ପ୍ରବେଶ କରିଥଲେ । ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ଭିତରେ ଧାରଣା ଦେଇଥିଲେ । ପରେ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ମହିଳା ମୋର୍ଚ୍ଚାର ସଦସ୍ୟମାନେ ପୁରୀ ଏଡିଏମଙ୍କୁ ଦାବୀପତ୍ର ପ୍ରଦାନ କରିଥଲେ । ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି ରାଜ୍ୟ ସରକାର ଏସ ଏଚ ଜି ଙ୍କୁ ଋଣ ଦେବା ନେଇ ଘୋଷଣା କରିଛନ୍ତି । ହେଲେ କେବଳ ମିଶନ ଶକ୍ତି ଗ୍ରୁପ ମହିଳାଙ୍କୁ ଋଣ ଦିଆଯାଉଥିବା ବେଳେ ଅନ୍ୟ ଗ୍ରୁପଗୁଡ଼ିକୁ ଋଣ ଦିଆଯାଉନାହିଁ । ସେହିପରି ସରକାରଙ୍କୁ ସମର୍ଥନ କରୁଥିବା ଗ୍ରୁପ ମାନଂକୁ ଋଣ ଦିଆଯାଉଛି । ଯାହାକି ବେଆଇନ । ତୁରନ୍ତ ରାଜ୍ୟ ସରକାର ଏହା ପୁର୍ନବିଚାର କରିବାକୁ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଦାବୀ କରିଛନ୍ତି ।

hiranchal ad1
Leave A Reply

Your email address will not be published.

4 × 2 =