ଗ୍ରାମ ରୋଜଗାର ସେବକଙ୍କୁ ପଦୋନ୍ନତି,ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ଦାରିଙ୍ଗବାଡ଼ି ଜିଆରଏସ ସଙ୍ଘ

0 169

ଦାରିଙ୍ଗବାଡ଼ି :ରାଜ୍ୟ ସରକାର ରାଜ୍ୟ କ୍ୟାବିନେଟରେ ନେଇଥିବା ନିଷ୍ପତ୍ତି ଅନୁସାରେ ରାଜ୍ୟର ୩୧୪ବ୍ଲକରେ କାର୍ଯ୍ୟରତ ଗ୍ରାମ ରୋଜଗାରସେବକ ମାନଙ୍କୁ ଯେଉଁମାନେ ୫ବର୍ଷ କାର୍ଯ୍ୟକାଳ କରିଛନ୍ତି ସେମାନଙ୍କୁ ଅକାଉଣ୍ଟାଣ୍ଟ ସହିତ ଡାଟା ଅପରେଟର ଭାବେ ପଦୋନ୍ନତି କରିଥିବା ନେଇ ଘୋଷଣା କରିଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଗତ ୨୭ ତାରିଖରେ ଚିଠି ନମ୍ବର ୪୭୨୭ ରେ ଚିଠି କରାଯାଇଛି । ସରକାରଙ୍କ ଘୋଷଣା ପରେ ଦାରିଙ୍ଗବାଡ଼ି ବ୍ଲକ ଜିଆରଏସ ସଙ୍ଘ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୫ଟି ସଚିବ ଭି କେ ପାଣ୍ଡିୟାନଙ୍କୁ ଧନ୍ୟବାଦ ଦେବା ସହିତ ବ୍ଲକ କାର୍ଯ୍ୟାଳୟରେ ବିଡିଓ ଗଦାଧର ପାତ୍ରଙ୍କୁ ପୁଷ୍ପ ଗୁଚ୍ଛ ଦେଇ ଧନ୍ୟବାଦ ଦେଇଥିଲେ । ଏହି ସମୟରେ ଦାରିଙ୍ଗବାଡ଼ି ବ୍ଲକ ଜିଆରଏସ ସଙ୍ଘର ବିଜୟ କୁମାର ସାହୁ, ପ୍ରିୟଙ୍କା ସାହୁ ,ନରେନ୍ଦ୍ର ପରା ସେଠ, ଶଙ୍କର ପ୍ରଧାନ ,କେଦାର ନାଥ ସାହୁ , ବିଭୁ ନନ୍ଦନ ମୁଠା ମାଝୀ, ଉଷା କିରଣ ସାହୁ, ତ୍ରିଲୋଚନ ପରିଛା ,ମଧୁସ୍ମିତା ପ୍ରଧାନ, ମଦନ ମୋହନ ପ୍ରଧାନ, ନିଳାମ୍ବର ପ୍ରଧାନ ,ଜୟନ୍ତ ପ୍ରଧାନ, ନୀଳକଣ୍ଠ ମଲ୍ଲିକ, ଆଶିଷ ନାୟକ ,ଆଶିଷ ମଲ୍ଲିକ, ମୃତ୍ୟୁଞ୍ଜୟ ବଡସେଠ,ତ୍ରିଲୋଚନ ପରିଛା ଜଗିନ୍ଦର ସୁନ୍ଦର ପ୍ରମୁଖ ଉପସ୍ଥିତ ରହି ବିଡିଓଙ୍କୁ ଧନ୍ୟବାଦ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

19 + five =