ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ଅଧିକାରୀଙ୍କ ଦାୟିତ୍ୱରେ ପରିବର୍ତ୍ତନ

0 474

ବୌଦ୍ଧ,୨୨/୯- ବୌଦ୍ଧଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ମିଶ୍ର ବିଭିନ୍ନ ଉପବିଭାଗର ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିଭାଗରେ ପରିବର୍ତ୍ତନ କରିଛନ୍ତି । ଡେପୁଟି କଲେକ୍ଟର ଶାନ୍ତିସୁଧା ପାତ୍ରଙ୍କୁ ସ୍ଥାପନା, ରାଜସ୍ୱ ଓ ତୌଜି ଉପବିଭାଗ ଦାୟିତ୍ୱ ଦିଆଯାଇଛି । ଡେପୁଟି କଲେକ୍ଟର ଅବନୀକାନ୍ତ ସାହୁଙ୍କୁ ଜିଲ୍ଲା ପଞ୍ଚାୟତ, ସାଧାରଣ ଓ ବିବିଧ ଉପବିଭାଗ, ସାଧାରଣ ଅଭିଯୋଗ, ସେନସସ୍‌ ଓ ଏସ୍‌ଇବିସି ସର୍ଭେ ଦାୟିତ୍ୱ ଦିଆଯାଇଥିବାବେଳେ ଡେପୁଟି କଲେକ୍ଟର ଝରଣା ପ୍ରଧାନଙ୍କୁ ଅଦାଲତି, ଅଡିଟ, ପରିଦର୍ଶନ ଏବଂ ଉନ୍ନୟନ ଦାୟିତ୍ୱ ଦିଆଯାଇଛି ।

hiring

ସେହିପରି ଡେପୁଟି କଲେକ୍ଟର ସ୍ମିତା ରଥଙ୍କୁ ନିର୍ବାଚନ, ଭାରପ୍ରାପ୍ତ ଡେପୁଟି ଜିଲ୍ଲାପାଳ (ରାଜସ୍ୱ), ଉପ-ଜିଲ୍ଲାପାଳଙ୍କ କାର୍କ୍ୟାଳୟ ଏବଂ ସୋସିଆଲ ମିଡିଆ ସେଲ୍‌ ଦାୟିତ୍ୱ ଦିଆଯାଇଛି । ସହକାରୀ ଜିଲ୍ଲାପାଳ ସତ୍ୟଜିତ ମହାପାତ୍ରଙ୍କୁ ଜନସୂଚନା, କା.ଲା.ଓ ଭୂମି ଅଧିଗ୍ରହଣ, ଜରୁରୀକାଳୀନ, ରେଡକ୍ରସ, ସିଏମଆରଏଫ ଓ ଓଏସଟିଏଫ ଦାୟିତ୍ୱ ଦିଆଯାଇଥିବାବେଳେ ସହକାରୀ ଜିଲ୍ଲାପାଳ ବିରଞ୍ଚି ଧରୁଆଙ୍କୁ ନିଜାରତ ଅଭିଲେଖାଗାର, ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଏବଂ ଡିଏସଏସଓ ଦାୟିତ୍ୱ ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କୁ ନିଜ ବିଭାଗ ସହିତ ଜିଲ୍ଲା ସଂସ୍କୃତି ବିଭାଗ ଦାୟିତ୍ୱ ଦିଆଯାଇଛି । ଏହାଛଡା ଶାନ୍ତିସୁଧା ପାତ୍ର ନିଜର ବିଭାଗ ସମେତ ଜରୁରୀକାଳୀନ ଉପବିଭାଗ କାର୍ଯ୍ୟ ତଦାରଖ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

2 × 1 =