ବୌଦ୍ଧ,୩/୨:- ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରାସାଦ ପଂଚାୟତ ଜଗତି ହାଇସ୍କୁଲ ଖେଳପଡିଆ ଠାରେ ଐତିହାସିକ ଗନ୍ଧରାଢୀ ଲୋକ କଳା ମହୋତ୍ସବ ନିମନ୍ତେ ଶୁଭ ଖମ୍ବ ସ୍ଥାପନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭା ଉପ ବାଚସ୍ପତି ରଜନୀକାନ୍ତ ସିଂ, ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ବୌଦ୍ଧ ବ୍ଲକ ବିଡ଼ିଓ ଅବିନାଶ ପାଣ୍ଡିଆ, ବୌଦ୍ଧ ଏନ୍ ଏ ସି ଅଧକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ୭ ନଂ ଜିଲ୍ଲା ପରିଷଦ ସଭ୍ୟା କଳ୍ପନା ରାଣୀ ସାହୁ, କଣ୍ଟାମାଳ ବ୍ଲକ ସରପଞ୍ଚ ସଂଘ ସଭାପତି ସାର୍ଦୁଲ ନାଗ, ହରଭଙ୍ଗା ବ୍ଲକ ସରପଞ୍ଚ ସଂଘ ସଭାପତି ନିହାର ରଞ୍ଜନ ଘୋଷ, ଲକ୍ଷ୍ମୀପ୍ରାସାଦ ପଂଚାୟତ ସରପଞ୍ଚ ଭାରତୀ ପୁରୋହିତ, ବୌଦ୍ଧ ବ୍ଲକ ସରପଞ୍ଚ ସଂଘ ସଭାପତି ଅରୁଣ କୁମାର ବାଘ, ତେଲିବନ୍ଧ ସରପଞ୍ଚ ରତ୍ନାକର ବେହେରା, ଭୈରବୀ ମହୋତ୍ସବ କମିଟି ସମ୍ପାଦକ ତଥା ପୁରୁଣକଟକ ସରପଞ୍ଚ ଅଶୋକ କୁମାର ସେଠୀ, ମୁଣ୍ଡିପଦର ସରପଞ୍ଚ ପ୍ରତିନିଧି ମହେନ୍ଦ୍ର ପ୍ରଧାନ, ପଦ୍ମନପୁର ସରପଞ୍ଚ ସୌଦାମିନି ବାରିକ, ଜଗତୀ ହାଇସ୍କୁଲ ପ୍ରଧାନଶିକ୍ଷକ ଦେବେନ୍ଦ୍ର ଦେହୁରୀ ପ୍ରମୁଖ ଅଂଶଗ୍ରହଣ କରି ମହୋତ୍ସବ ନିମନ୍ତେ ସଂପୂର୍ଣ୍ଣ ସହଯୋଗ କରିବାପାଇଁ ପ୍ରତିଶୃତି ଦେଇଥିଲେ । ଏଥିରେ ସଭାପତିତ୍ୱ କରିଥିଲେ କମିଟିର ସଭାପତି ଅଶୋକ କୁମାର ସାହୁ, ଉପ ସଭାପତି ମନୋରଂଜନ ପୁରୋହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । କମିଟି ସମ୍ପାଦକ ଶମ୍ଭୁ ଗିରି ସଂପାଦକୀୟ ବିବରଣୀ ପାଠ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ । ଅନ୍ୟତମ ଉପସଭାପତି ବିଦ୍ୟାଧର ସ୍ୱାଇଁ, କାର୍ଯ୍ୟକାରୀ ସଦସ୍ୟ ସପ୍ନେଶ୍ୱର ମହାନ୍ତି, ଅକ୍ଷୟ କୁମାର ସ୍ୱାଇଁ, ସୁଧାଂଶୁ ଶେଖର ମିଶ୍ର, କୃତ୍ତି ବାସ ପଲିଆ, ଭୋଳାଗିରି ସାହୁ, ସୁଶିଲ କୁମାର ପାଣିଗ୍ରାହୀ, ମନୋଜ ଗୁରୁ, ସ୍ୱାଧୀନ କୁମାର ପରିଡ଼ା ପ୍ରମୁଖ ମଞ୍ଚାସୀନ ଥିଲେ । ଶେଷରେ ସହ ସମ୍ପାଦକ ସ୍ୱାଧୀନ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।