ବୌଦ୍ଧ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ପିଟିଏମ

0 144

ବୌଦ୍ଧ :୧୧/୧୨:- ବୌଦ୍ଧସହର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ସଭାଗୃହରେ ପ୍ରଧାନଶିକ୍ଷକ ଧ୍ରୁବଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅଭିଭାବକ ଓ ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ସ୍କୁଲକୁ ପଢି ଆସୁଥିବାରୁ ସେମାନେ ମାକ୍ସ ଲଗାଇକି ଆସିବେ,ଦୂରତ୍ୱ ରକ୍ଷା କରିବେ, ନିଜ ଜିନିଷ ନିଜେ ବ୍ୟବହାର କରିବେ,ପିଲାମାନଙ୍କର ଶିକ୍ଷଣର ବିକାଶ କିପରି ହେବ, ଗୁଣାତ୍ମକ ଶିକ୍ଷା ପାଇବେ, ଅଭିଭାବକ ସଚେତନ ହେଲେ ପିଲାର ବିକାଶ ହେବ,୫ଟି ଦ୍ୱାରା ପିଲାଙ୍କୁ ସ୍ମାର୍ଟ କ୍ଳାସ ଓ ଉନ୍ନତ ଶିକ୍ଷଣ ବ୍ୟବସ୍ଥା ଯୋଗାଇ ଦିଆଯାଇଥିବା କଥା ପ୍ରଧାନ ଶିକ୍ଷକ ଶ୍ରୀ ଘିବେଲା ବକ୍ତବ୍ୟ ଦେଇଥିଲେ । ବରିଷ୍ଠ ଶିକ୍ଷକ ସତ୍ୟନାରାୟଣ ଦେହୁରୀ ପିଲାଙ୍କର ବେସଲାଇନ ପରୀକ୍ଷା ଫଳ ଉପରେ ଆଲୋଚନା କରିଥିଲାବେଳେ ଶିକ୍ଷୟିତ୍ରୀ ପଦ୍ମଜା ପତି ନୂତନ ମୂଲ୍ୟାଙ୍କନ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ । ଛାତ୍ର ଅଭିଭାବକ ରଘୁନାଥ ଷଡ଼ଙ୍ଗୀ ପୋର୍ଟଫୋଲିଓ ଭଳି ନୂତନ ଶିକ୍ଷଣ ବ୍ୟବସ୍ଥା ପିଲାଙ୍କର ଆଗ୍ରହ ବଢ଼ାଉଛି ବୋଲି ମତ ଦେଇଥିଲେ । ଅଭିଭାବିକା ସରିତା ମେହେର, ରଂଜିତ ପଟ୍ଟନାୟକ ଓ ଇନ୍ଦ୍ରମଣି ମେହେର ଅନଲାଇନ ଶିକ୍ଷଣ ଉପରେ ମତ ଦେବା ସହିତ ଆଜି ବୈଠକର ଆଲୋଚନା ଉପରେ ନିଜ ନିଜର ମତବ୍ୟକ୍ତ କରିଥିଲେ । ଶିକ୍ଷୟିତ୍ରୀ ସୁଧାରାଣୀ ହୋତା ଧନ୍ୟବାଦ ଦେଇଥିଲେ । ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ଅଖିଳ କୁମାର ପ୍ରଧାନ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ଅଭିଭାବିକା ମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

thirteen + five =