ବୌଦ୍ଧ,୩୦/୧: ଜିଲ୍ଲା ପ୍ରେସକ୍ଲବର ସାଧାରଣ ବୈଠକ ଆଜି ହରଭଙ୍ଗା ବ୍ଲକର ବଙ୍କାପଡା ଗ୍ରାମ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଆବାହକ ଯୁଗଳ କିଶୋର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପ୍ରାରମ୍ଭରେ ପରଲୋକ ଘଟିଥିବା କ୍ଲବର ସଦସ୍ୟ କପିଳେଶ୍ୱର ପ୍ରଧାନ, ମନୋରଂଜନ ମିଶ୍ର, ଦୁର୍ବାକ୍ଷ ବସ୍ତିଆଙ୍କ ଅମର ଆତ୍ମାର ସଦଗତି କାମନା କରି ଉପସ୍ଥିତ ସଦସ୍ୟମାନେ ଦୁଇମିନିଟ ନିରବ ପ୍ରାର୍ଥନା କରିଥିଲେ । ପରେ ପୂର୍ବ ବୈଠକର ବିବରଣୀ ସାଧାରଣ ସଂପାଦକ ରଘୁନାଥ ଷଡଙ୍ଗୀ ଉପସ୍ଥାପନା କରିଥିଲେ ଏବଂ ଉପସ୍ଥିତ ସଦସ୍ୟମାନେ ତାକୁ ଅନୁମୋଦନ କରିବାପରେ ଦୃଢୀକରଣ କରାଯାଇଥିଲା । ଏହାପରେ ଆଗାମୀ ଦୁଇବର୍ଷ ପାଇଁ କର୍ମକର୍ତ୍ତା ମନୋନୟନ କରାଯାଇଥିଲା । କ୍ଲବର ସଭାପତି ଭାବେ ବରଜ କୁମାର ବେହେରା ଓ ସାଧାରଣ ସଂପାଦକଭାବେ ରଘୁନାଥ ଷଡଙ୍ଗୀଙ୍କୁ ସର୍ବସମ୍ମତିକ୍ରମେ ପୁନଃ ମନୋନୟନ କରାଯାଇଥିଲା । ସେହିପରି କାର୍ଯ୍ୟକାରୀ ସଭାପତିଭାବେ ପ୍ରଦୋଷ କୁମାର ମିଶ୍ର, ଉପସଭାପତି ଭାବେ ସମରେଶ ମିଶ୍ର, ସୁକାନ୍ତ ପଟ୍ଟନାୟକ, ସତ୍ୟନାରାୟଣ ପାଣି ଓ କୋଷାଧ୍ୟକ୍ଷଭାବେ ନରେନ୍ଦ୍ର କୁମାର ସାହୁ, ସହ ସଂପାଦକଭାବେ ସଂଜିବ ମହାକୁଳ, ଭାଗବତ ମେହେର, ପ୍ରଭାତ କୁମାର ସାହୁଙ୍କୁ ମନୋନୀତ କରାଯାଇଥିଲା । କାର୍ଯ୍ୟକାରୀ ସଦସ୍ୟଭାବେ ଦିବ୍ୟ ଶଂକର ରାଉତ, ବାସୁଦେବ ସାହୁ, ଚିତ୍ତ ରଂଜନ ସିଂ, ଶମ୍ଭୁ ପ୍ରସାଦ ମିଶ୍ର, ଦୁର୍ଯ୍ୟୋଧନ ବିଶି, ରଂଜନ କୁମାର ଦାଶ, ସୁଧାଂଶୁ ଶେଖର ମିଶ୍ର, ଜୟ କୁମାର ମହାରଣା, ପୂର୍ଣ୍ଣଚନ୍ଦ୍ର ସାହୁ ଓ ମୁଖ୍ୟ ଉପଦେଷ୍ଟା ଭାବେ ଯୁଗଳ କିଶୋର ସାମଲଙ୍କୁ ମନୋନୀତ କରାଯାଇଥିଲା । ଏଥିସହ କ୍ଲବରେ ସଦସ୍ୟତା ପାଇଁ ଆବେଦନ କରିଥିବା ସକାଳ ଖବର କାଗଜର ଜିଲ୍ଲା ପ୍ରତିନିଧି ଦିବ୍ୟ ରଂଜନ ପଟ୍ଟନାୟକ, ହୀରାଞ୍ଚଳ ଖବରକାଗଜର ଜିଲ୍ଲା ପ୍ରତିନିଧି ସୁଜାତା ସାହୁ, ସକାଳ ଖବର କାଗଜର ଧଳପୁର ପ୍ରତିନିଧି ଶୁଶାନ୍ତ ବେହେରା, ଖଟଖଟିଆ ଅଂଚଳର ପ୍ରମେୟ ପ୍ରତିନିଧି ରଂଜନ କୁମାର ପାତ୍ର ଓ ଜହ୍ନାପଙ୍କ ଅଂଚଳର ସକାଳ ପ୍ରତିନିଧି ପ୍ରକାଶ ବାରିକଙ୍କୁ ସଦସ୍ୟଭାବେ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଥିଲା । ଏହାପରେ କ୍ଲବର ବିଭିନ୍ନ କାର୍ଯ୍ୟପନ୍ଥାନେଇ ଆଲୋଚନା କରାଯାଇଥିଲା । ଶେଷରେ ଉପ ସଭାପତି ସୁକାନ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।