ନିଜର ପ୍ରିୟ ଟୋପି ନିଲାମ କଲେ ଆମେରିକାର ପୂର୍ବତନ ଫାଷ୍ଟଲେଡି

0 39

ୱାଶିଂଟନ : ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତି ତଥା ସେଲିବ୍ରିଟୀ ସେମାନଙ୍କର ପ୍ରିୟ ବ୍ୟବହୃତ ସାମଗ୍ରୀକୁ ନିଲାମ କରିବାର ଅନେକ ସମୟରେ ଦେଖିବାକୁ ମିଳିଥାଏ । ଖେଳାଳିଙ୍କଠୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ଶ୍ରେଣୀର ସେଲିବ୍ରିଟୀମାନଙ୍କର ସାମଗ୍ରୀ ନିଲାମରେ ଆକର୍ଷଣୀୟ ବୋଲି(ବିଡ୍‌) ମଧ୍ୟ ଲାଗି ଥାଏ । ସେହିଭଳି ଏକ ଘଟଣା ନିକଟରେ ଘଟିଯାଇଛି । ଆମେରିକାର ପୂର୍ବତନ ପ୍ରଥମ ମହିଳା ବା ଫାଷ୍ଟଲେଡି ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ତାଙ୍କର ଅତି ପ୍ରିୟ ଟୋପି ନିଲାମ କରିଛନ୍ତି । ଏ ନେଇ ସେ ପୂର୍ବରୁ ଘୋଷଣା କରିସାରିଥିଲେ । ତେବେ ନିଲାମୀରେ ଯେଭଳି ବିଡିଂ ଆଶା ସେ କରିଥିଲେ ତାହା ହୋଇପାରିଲାନାହିଁ । ଅତିକମରେ ତାଙ୍କ ଟୋପିର ନିଲାମୀ ଅଢେଇ ଲକ୍ଷ ଡଲାରରୁ ଆରମ୍ଭ ହେବ ବୋଲି ସେ ଆଶା ରଖିଥିଲେ । କିନ୍ତୁ ଏହି ନିଲାମରେ ସାମିଲ ହୋଇଥିବା ବ୍ୟକ୍ତି ଓ ସଂସ୍ଥାମାନେ ବିଶେଷ ଆଗ୍ରହ ପ୍ରକାଶ କରିନଥିଲେ । ମେଲାନିଆ ବାରମ୍ବାର ଟୋପିର ନିଲାମୀ କରିଥିଲେ ମଧ୍ୟ ତାହା ଧାର୍ଯ୍ୟ ବା ଆଶାନୁରୂପ ଟାର୍ଗେଟରେ ପହଞ୍ଚି ପାରିନଥିଲା । ଶେଷରେ ଟୋପିଟି ୧ଲକ୍ଷ ୭୦ହଜାର ଡଲାରରେ ବିକ୍ରି ହୋଇଥିଲା ।

hiranchal ad1
Leave A Reply

Your email address will not be published.

9 − 3 =