ଅଶୋକ ଏବଂ ଆଶିଷ ସ୍ମାରକୀ ଏକଦିବସିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ସାମ୍ବାଦିକ ଏକାଦଶ ବିଜୟୀ

0 56

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ବିଟିଏମ ପଡିଆଠାରେ ଚାଲିଥିବା ଉଇଣ୍ଟର କପ ଟୁର୍ଣ୍ଣାମେଣ୍ଟର ଚାଲିଥିବା କ୍ରିକେଟ ଟୁର୍ଣ୍ଣାମଂଟ ଅବସରରେ ଆଜି ଅଶୋକ ଏବଂ ଆଶିଶ ସ୍ମାରକି ଏକଦିବସୀୟ କ୍ରିକେଟ ଟୁର୍ଣ୍ଣାମେଟ ଆଡଭୋକେଟ ଏକାଦଶ ଓ ସାମ୍ବାଦିକ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୁର୍ଣ୍ଣ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଧାରିତ ୧୦ ଓଭର ଲେଖାଁଏ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମେ ଆଡ଼ଭୋକେଟ ଏକାଦଶ ବ୍ୟାଟିଂ କରି ୫ ଉଇକେଟ ବିନିମୟରେ ୬୬ ରନ କରିଥିବା ବେଳେ ଏହାର ଜବାବରେ ସାମ୍ବାଦିକ ଏକାଦଶ ୬ ଓଭର ବାକିଥାଇ ୧୦ ଉଇକେଟ ବିନିମୟରେ ତାର ଟାର୍ଗେଟ ପୂରଣ କରିପାରିଥିଲା । ଫଳରେ ସାମ୍ବାଦିକ ଏକାଦଶ ୧୦ ଉଇକେଟରେ ବିଜୟୀ ଲାଭ କରିଥିଲା । ସାମ୍ବାଦିକ ଏକାଦଶ ପ୍ରଥମ ଦୁଇ ଓଭର ଧୂଆଁଧାର ବ୍ୟାଟିଂ କରି ଓଭର ପିଛା ୨୨ରନ ସଂଗ୍ରହ କରିଥିଲା । ପ୍ରେସ ଏକାଦଶର ଶିବ ନାୟକଙ୍କ ୧୪ ବଲରେ ୩୪ ରନ କରି ବେଷ୍ଟ ବ୍ୟାଟ୍‌ସମ୍ୟାନ ହୋଇଥିବା ବେଳେ କାହ୍ନା ଦିଗାଲ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ ।

hiring

ପ୍ରେସ କ୍ଲବର ସଭାପତି ସୁନୀଲ କୁମାର ପଟ୍ଟନାୟକ ଓ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ପ୍ରତି ମୁହୂର୍ତ୍ତରେ ପ୍ରେସ ଏକାଦଶର ଖେଳାଳୀଙ୍କୁ ଉତ୍ସାହିତ କରିବାର ସହ ଉପଦେଶ ଦେଉଥିବାର ଦେଖିବାକୁ ମିଳିଥିଲା । ଅନୁଷ୍ଠିତ ପୁରଷ୍କାର ବିତରଣ ଉତ୍ସବରେ ଜିଲ୍ଲା କ୍ରୀଡା ସମ୍ପାଦକ ଶିବ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ସର୍ଜେଣ୍ଟ ସରୋଜ କୁମାର ବେହେରା ପ୍ରମୁଖ ଯୋଗଦେଇ ବିଜୟୀ ଦଳକୁ ପୁରସ୍କୃତ କରିଥିଲେ । ସାମ୍ବାଦିକ ଏକାଦଶର କ୍ୟାପେଟନ ଶିବ ନାୟକ ହୋଇଥିବା ବେଳେ ଆଡଭୋଟେ ଏକାଦଶର କ୍ୟାପ୍‌ଟେନ ପ୍ରଦିପ୍ତ ରଞ୍ଜନ ନାୟକ ଥିଲେ । ଅନୁଷ୍ଠିତ ମ୍ୟାଚରେ ବରିଷ୍ଠ ଆଇନଜୀବି ଦେବବ୍ରତ ପ୍ରଧାନ, ଆଡଭୋକେଟ ବାର ଅସୋସିଏସନର ସଭାପତି ସିଦେ୍ଧଶ୍ୱର ଦାସ, ସମ୍ପାଦକ ଅଜିତ କୁମାର ପଟ୍ଟନାୟକ, ଅଧ୍ୟକ୍ଷ ହରିଶ୍ଚନ୍ଦ୍ର ମହାରଣା, ଜ୍ଞାନୀନ୍ଦ୍ର ନାଥ ପାଢୀ, ଡ଼ି ବାନଳୀ, ସାମ୍ବାଦିକ ଜୟସେନ ପରିଡା, ସୂର୍ଯ୍ୟ ନାରାୟଣ ବେହେରା, ଶିବ ନାୟକ ପ୍ରମୁଖ ଉପସ୍ଥିତ ରହି ଉଭୟ ଦଳର ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ।

hiranchal ad1
Leave A Reply

Your email address will not be published.

eighteen − 11 =