ମହାତ୍ମାଗାନ୍ଧୀଙ୍କ ୭୪ତମ ପୂଣ୍ୟତିଥି ପାଳିତ

0 58

ଫୁଲବାଣୀ: ଆଜି ଫୁଲବାଣୀ ସ୍ଥିତ ଗାନ୍ଧି ଛକ ଠାରେ ଏବଂ ସ୍ଥାନୀୟ ଗାନ୍ଧିସ୍ମୃତି ଭବନ ଠାରେ ମହାତ୍ମାଗାନ୍ଧୀଙ୍କ ୭୪ତମ ପୂଣ୍ୟତିଥି ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ଅଧିକାରୀ କନ୍ଧମାଳର ଭଞ୍ଜନ କହଁରଙ୍କ ନେତୃତ୍ୱରେ ଉକ୍ତ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସର୍ବପ୍ରଥମେ ବାପୁଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବାପରେ ରାମଧୁନ ଗାନ କରାଯାଇଥିଲା । ପରେ ତାଙ୍କର ସ୍ମୃତିରେ ୨ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା ଗାନ୍ଧିଜୀଙ୍କ ଆଦର୍ଶ ଓ ଚିନ୍ତାଧାରାକୁ ଅଧିକ ଲୋକପ୍ରିୟ କରାଇବା ଆମ ସମସ୍ତଙ୍କ ଲକ୍ଷ୍ୟ ହେବା ଉଚିତ ବୋଲି ଜିଲ୍ଲା ସାଂସ୍କୃତିକ ଅଧିକାରୀ ବକ୍ତବ୍ୟ ରଖିଥିଲେ । ଏଥି ସହିତ ଭାରତ ସ୍ୱାଧୀନତାରେ ଯେଉଁମାନେ ବାପୁଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବଳିଦାନ ଦେଇଛନ୍ତି ସେମାନେ ସର୍ବଦା ଆମର ଚିର ସ୍ମରଣୀୟ ହୋଇ ରହିବେ । ଅନ୍ୟମାନଙ୍କ ମଧ୍ୟରେ ଡିଆଇପିଆର ଓ ପ୍ରଭାକର ମହାରଣା, ଜିଲ୍ଲା ସଂସ୍କୃତି କୋଡିନେଟର ସରୋଜ କୁମାର ପାତ୍ର, ଆଇନଜୀବୀ ତଥା ଜାଗ୍ରତ କନ୍ଧମାଳର ସାଧାରଣ ସମ୍ପାଦକ ସତ୍ୟନାରାୟଣ ବେହେରା, ଫୁଲବାଣୀ ସାଂସ୍କୃତିକ ବ୍ଲକ ସଭାପତି ରମେଶ କୁମାର ସାହୁ, କଳାକାର ପଂଚାନନ କହଁର, ରଞ୍ଜିତା ଦିଗାଲ ପ୍ରମୁଖ ଉପସ୍ଥିତ ଥିଲେ । ଅଳ୍ପ ସଂଖ୍ୟକ ଲୋକଙ୍କୁ ନେଇ କୋଭିଡ ଗାଇଡଲାଇନ ପାଳନ ପୂର୍ବକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

fourteen + 19 =