ବଞ୍ଚିବା ପାଇଁ ନିଜର ଅଙ୍ଗପ୍ରତ୍ୟଙ୍ଗ ବିକୁଛନ୍ତି ଏହି ଦେଶର ଲୋକେ

0 46

ଜାତିସଂଘ : ତାଲିବାନ ରାଜ୍‌ରେ ଆଫଗାନିସ୍ତାନର ଲୋକମାନଙ୍କ ଅବସ୍ଥା ଦିନକୁ ଦିନ ଅତି ଦୁର୍ବିସହ ହୋଇଉଠୁଛି । ବଞ୍ଚିବା ମୁସକିଲ ହୋଇପଡ଼ିଲାଣି । ପ୍ରତିଦିନ ଲୋକେ ଆତଙ୍କ ମଧ୍ୟରେ ସମୟ ବିତାଉଛନ୍ତି । ପରିସ୍ଥିତି ଏମିତି ହେଲାଣି ଯେ ଦି’ଓଳି ଖାଇବା ସମ୍ଭବ ହୋଇପାରୁନି । ଖାଦ୍ୟ ପାଇଁ ଡହଳବିଳ ହେଉଛନ୍ତି ଲୋକେ । କାରଣ ଲୋକଙ୍କ ପାଖରେ ପଇସା ନାହିଁ । ଏବେ ବଞ୍ଚିବା ପାଇଁ ଲୋକେ ସେମାନଙ୍କ ପିଲାଙ୍କର ଓ ନିଜର ଅଙ୍ଗପ୍ରତ୍ୟେଙ୍ଗ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଏଭଳି ଚାଞ୍ଚଲ୍ୟକର ଓ ହୃଦୟବିଦାରକ ତଥ୍ୟ ପ୍ରକାଶ କରିଛନ୍ତି ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫପି)ର ମୁଖ୍ୟ ଡେଭିଡ ବିସଲୀ । ସେ କହିଛନ୍ତି ଯେ ଆଫଗାନିସ୍ତାନର ଲୋକମାନେ ଏବେ ସବୁ କ୍ଷେତ୍ରରେ ଭୟଙ୍କର ସଙ୍କଟ ଦେଇ ଗତି କରୁଛନ୍ତି । ଦେଶରେ ଖାଦ୍ୟ ମହମାରୀ ସାଙ୍ଗକୁ ଆର୍ଥିକ ସଙ୍କଟ ଲାଗି ରହିଛି । ପ୍ରାୟ ଦୁଇ କୋଟି ୩୦ ହଜାର ଲୋକ ସଙ୍ଗିନ ଖାଦ୍ୟ ସଙ୍କଟର ସମ୍ମୁଖୀନ ହୋଇଛନ୍ତି । ଏଭଳି ପରିସ୍ଥିତି ଜାରି ରହିଲେ,ଚଳିତ ବର୍ଷ ୯୭ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେକା ତଳକୁ ଚାଲିଆସିବେ । ଦୀର୍ଘ ୨୦ ବର୍ଷ ଧରି ଦେଶ ତାଲିବାନ ସହ ସଂଘର୍ଷ କରିଆସୁଛି । ବିଶ୍ୱର ସବୁଠୁ ଗରିବ ଦେଶଗୁଡ଼ିକ ମଧ୍ୟରୁ ଏହି ଦେଶ ଅନ୍ୟତମ । ତାଲିବାନମାନେ ଯୁଦ୍ଧକରି ଦେଶକୁ ଦଖଲ କରିବା ପରଠୁ ଏହାର ଅବସ୍ଥା ଆହୁରି ଶୋଚନୀୟ ହୋଇପଡ଼ିଛି । ଏବେ ଯାହା ଆମେ ଦେଖୁଛୁ,ତାହାକୁ ବିନାଶକାରୀ ବୋଲି କୁହାଯାଇପାରେ । ଦେଶର ପାଖାପାଖି ୪କୋଟି ଲୋକଙ୍କ ମଧ୍ୟରୁ ୨.୩ କୋଟି ଲୋକ କ୍ଷୁଧାର୍ତ୍ତ । ଅର୍ଥାତ ସେମାନେ ଭୋକଉପାସରେ କାଳାତିପାତ କରୁଛନ୍ତି । ଆହୁରି ଦୁଃଖ ଓ ପିତାପର ବିଷୟ ହେଉଛି ଯେ ନିଜ ପିଲା ଭୋକଉପାସରେ ନରହୁ,ସେଥିପାଇଁ ବହୁ ମହିଳା ସେମାନଙ୍କ ପିଲାକୁ ଅନ୍ୟ ପରିବାରକୁ ବିକିଦେବାକୁ ବାଧ୍ୟ ହେଉଛନ୍ତି । ଜଣେ ମହିଳା ଏକତା ସଙ୍ଗଠନର ସଦସ୍ୟଙ୍କ ଆଗରେ ପ୍ରକାଶ କରିଛନ୍ତି ବୋଲି ବିସଲୀ କହିଛନ୍ତି । ସେ କହିଛନ୍ତି ଯେ ଆଫଗାନିସ୍ତାନର ଲୋକମାନଙ୍କୁ ଏଭଳି ସଙ୍କଟରୁ ବଞ୍ଚାଇବା ପାଇଁ ଧନି ରାଷ୍ଟ୍ରମାନେ ଆଗେଇ ଆସିବା ଉଚିତ । ସେମାନେ ସହାୟତାର ହାତ ବଢାଇଲେ ଲୋକେ କ୍ଷୁଧା ମହାମାରୀ ରକ୍ଷାପାଇପାରିବେ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

16 + 6 =