ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ ଓ ପି.ଏମ.ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ

0 54

ବୌଦ୍ଧ,୧୭/୯- ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି ଆଜି ସମସ୍ତ ନେତୃବୃନ୍ଦ ପ୍ରମୁଖଙ୍କ ସହିତ କେନ୍ଦ୍ର ସରକାରଙ୍କ ଦ୍ୱାରା ଉପକୃତ ହୋଇଥିବା ଲାଭାର୍ଥି ମାନଙ୍କୁ ସାଙ୍ଗରେ ଧରି ମାତଙ୍ଗେଶ୍ୱର ମନ୍ଦିର ଠାରେ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଜୀଙ୍କ ଜନ୍ମଦିନ ପାଳନ ଅବସରରେ ପୂଜା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ, ସୁସ୍ଥ ଜୀବନ କାମନା କରି ପୂଜା, ବେଦ ପାଠ ସହିତ ଦୀପଦାନ ସମ୍ପନ୍ନ କରାଯାଇଥିଲା । ଏହାପରେ “ପ୍ରଧାନ ମନ୍ତ୍ରୀ ବିଶ୍ୱକର୍ମା ଯୋଜନା’ର ଶୁଭାରମ୍ଭ ଜିଲ୍ଲା ସ୍ତରରେ ଓ ସମସ୍ତ ମଣ୍ଡଳ ସ୍ତରରେ ନେତୃବୃନ୍ଦଙ୍କ ସହିତ କେନ୍ଦ୍ର ସରକାରଙ୍କ ଦ୍ୱାରା ଉପକୃତ ହୋଇଥିବା ଲାଭାର୍ଥି ମାନେ ଅଂଶ ଗ୍ରହଣ କରିବା ସହିତ ସିଧା ପ୍ରସାରଣରେ ଭାଗ ନେଇଥିଲେ

hiring

ଏହି ଯୋଜନାରେ ୧୮ ପ୍ରକାର ପାରମ୍ପ ।ରିକ ବର୍ଗ , ବିଶ୍ୱକର୍ମା ଭାଇ ଭଉଣୀ ମାନଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ଗ୍ୟାରେଣ୍ଟିରେ ୫ ପ୍ରତିଶତ ସୁଧରେ ଋଣ ପ୍ରଦାନ, ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଟୁଲ କିଟ୍‌, ସ୍କିଲ ଅପଗ୍ରେଡେସନ ପାଇଁ ଟ୍ରେନିଂ ଏବଂ ୫୦୦ ଟଙ୍କା ପ୍ରତିଦିନ ଷ୍ଟାଇ ପେଣ୍ଡ ସହିତ କ୍ୱାଲିଟି ସାର୍ଟିଫିକେ ସନ୍‌, ମାର୍କେଟିଂ ସହାୟତା ଯୋଗାଇ ଦିଆଯିବ । ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ସର୍ବଶ୍ରୀ ସରୋଜ କୁମାର ପ୍ରଧାନ, ଶିଶିର କୁମାର ଘୋଷ, ଶ୍ୟାମ ସୁନ୍ଦର ପୁରୋହିତ, ଯୁଗଳ କିଶୋର ସାମଲ, ତାପସ କୁମାର ପଟ୍ଟନାୟକ ,ପ୍ରେମାନନ୍ଦ ମିଶ୍ର , ମନରଞ୍ଜନ ଦାସ , ମିନା ରାଣୀ ମିଶ୍ର, ନମିତା ରାଣୀ ଦାସ , ,ବ୍‌ୟୋମକେଶ ମହାପାତ୍ର, ରାଜ କୁମାର ମେହେର, ନିରଞ୍ଜନ ଦାନୀ, ରଶ୍ମିତା ହୋତା ,ସତ୍ୟାନନ୍ଦ ପାଣ୍ଡେ, ବବିତା ପ୍ରଧାନ, ସୁବର୍ଣ୍ଣା ଝାଙ୍କର, ସାବିତ୍ରୀ ବାରିକ, ମ ।ମି ବେହେରା ଙ୍କ ସହିତ ବହୁ ଲ ।ଭ ।ର୍ଥି ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

four × 3 =