ଯାତ୍ରୀ ବିଶ୍ରାମଗାର ପାଇଁ ଶୁଭ ଖମ୍ବ ସ୍ଥାପନ

0 248

ବୌଦ୍ଧ/ଜହ୍ନ ।ପଙ୍କ,୮/୯- ବୌଦ୍ଧବ୍ଲକ ଜହ୍ନ ।ପଙ୍କ ବସଷ୍ଟାଣ୍ଡଠାରେ ବହୁଦିନର ପ୍ରତୀକ୍ଷିତ ଯାତ୍ରୀବିଶ୍ରାମଗାରର ଶୁଭ ଖମ୍ବ ସ୍ଥାପନ ଖୁଂଟବନ୍ଧ ସରପଞ୍ଚ ମିତ୍ରଭାନୁ ପ୍ରଧାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ପୂଜାରୀ ବିଜୟ ବେହେରା ପୂଜାକାର୍ଯ୍ୟ କରିଥିବାବେଳେ ସ୍ୱେଛାସେବୀ ସୁରମଣି ମିଶ୍ର, ମାରୁତି ଯୁବକ ସଂଘର ସଭାପତି ସୁଧାଂଶୁ ଶେଖର ମିଶ୍ର, ସଭ୍ୟ ସୁରେନ୍ଦ୍ର ପ୍ରଧାନ, ୱାର୍ଡ ସଭ୍ୟ ବିଶ୍ୱାମିତ୍ର ବାରିକ, ପ୍ରକାଶ ବାରିକ, ମିସ୍ତ୍ରୀ ବଉଦିଆ ରଣା ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ଦୀର୍ଘ୧୦ ବର୍ଷ ହେଲା ଅଞ୍ଚଳବାସୀ ଏଠାରେ ଯାତ୍ରୀବିଶ୍ରାମ ।ଗ ।ର ନିର୍ମାଣ ପାଇଁ ସ୍ଥାନୀୟ ଜନସାଧାରଣ ବିଧାୟକଙ୍କଠାରୁ ଆରମ୍ଭକରି ଜିଲ୍ଲା ପ୍ରଶାସନକୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳିନଥିଲା । ଶେଷରେ ମାରୁତି ଯୁବକ ସଂଘର ସଭାପତି ସୁଧାଂଶୁ ଶେଖର ମିଶ୍ର, ସ୍ୱେଚ୍ଛାସେବୀ ସ୍ୱାଧୀନ କୁମାର ପ୍ରଧାନ ଓ ପ୍ରକାଶ ବାରିକ ଗତ ୨୯ ଜାନୁଆରୀ ୨୦୨୧ରେ ଖୁଂଟବନ୍ଧ ସରପଞ୍ଚଙ୍କୁ ଯାତ୍ରୀବିଶ୍ରାମଗାର ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଶ୍ରୀ ପ୍ରଧାନ ୨୦୨୧-୨୨ କାର୍ଯ୍ୟ ଖସଡ଼ାରେ ଏହାକୁ ଦେଇଥିଲେ ଏବଂ ଯାତ୍ରୀବିଶ୍ରାମଗାର ପାଇଁ ୫ ରାଜ୍ୟ ଅର୍ଥ କମିଶନ ଅନୁଦାନରୁ ୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଯାତ୍ରୀବିଶ୍ରାମଗାର ନିର୍ମାଣ ହେଉଥିବା ଖବର ଶୁଣି ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।

hiranchal ad1
Leave A Reply

Your email address will not be published.

1 × 5 =