ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶିତ ସରଂକ୍ଷଣ ଚିଠା ପ୍ରସ୍ତାବକୁ ବୌଦ୍ଧଜିଲ୍ଲା ବିଜେପି ତରଫରୁ ଆପତ୍ତି

0 394

ବୌଦ୍ଧ,୧୬/୧୦ – ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ନେତୃବୃନ୍ଦ ବୌଦ୍ଧ ଜିଲ୍ଲାପାଳଙ୍କ ସହ ଦୀର୍ଘ ଆଲୋଚନା କରି ଆଠ ଦଫା ଦାବୀ ଆପତ୍ତି ନେଇ ଜିଲ୍ଲାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତିଆରି କରାଯାଇଥିବା ଚିଠା ପ୍ରସ୍ତାବକୁ ଅନୁମୋଦନ ପୂର୍ବରୁ ନୀତି ନିୟମ ଅନୁସାରେ କରିବାପାଇଁ ଆପତ୍ତି କରାଯାଇ ଏକ ସ୍ମାରକ ଆଜି ପ୍ରଦାନ କରାଯାଇଥିଲା । ବିଶେଷ କରି ସରକାର କିଛିଦିନ ତଳେ ଘୋଷଣା କରି କହିଥିଲେ ୨୭% ପଛୁଆବର୍ଗଙ୍କ ପାଇଁ ସବୁସ୍ତରରେ ସଂରକ୍ଷଣ ରଖାଯିବ । କିନ୍ତ ଦୁଃଖ ଏବଂ ପରିତାପର ବିଷୟ ହେଲା ଏଠାରେ ହୋଇଥିବା ସରଂକ୍ଷଣ ଚିଠା ତ୍ରିସ୍ତରୀୟ ପଞ୍ଚାୟତ ଆଇନକୁ ବ୍ୟତିକ୍ରମ କରି ଶାସକ ଦଳକୁ ସୁହାଇଲା ଭଳି ପଦକ୍ଷେପ କରାଯାଇଛି । ଭାତ ହାଣ୍ଡିରୁ ଗୋଟିଏ ପରି ବିଜେପି ଦଳ ପକ୍ଷରୁ ଜୋରଦାର ଯୁକ୍ତିଯୁକ୍ତ ଆପତ୍ତି ଦିଆଯାଇଛି । ଜିଲ୍ଲାରେ ତ୍ରିସ୍ତରୀୟ ଆଇନ ଓ ସମ୍ବିଧାନର ପ୍ରଦତ୍ତ କ୍ଷମତାକୁ ଅନ୍ୟ ଅର୍ଥରେ ବାଖ୍ୟା କରି ଚିଠା ପ୍ରସ୍ତୁତ କେବଳ ଧର୍ମକୁ ଆଖିଠାର ମାରି, ଶାସକ ଦଳକୁ ସୁହାଇଲା ଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଆଜିର ଏହି ପ୍ରତିନିଧିଦଳ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ନେତୃତ୍ୱରେ ଉପସଭାପତି ଶ୍ୟାମ ସୁନ୍ଦର ପୁରୋହିତ ,ସାଧାରଣ ସମ୍ପାଦକ ସତ୍ୟାନନ୍ଦ ପାଣ୍ଡେ, ତାପସ କୁମାର ପଟ୍ଟନାୟକ, ସୁଶାନ୍ତ ବାଘ ଓ ବିଜେପି ମୁଖ୍ୟ ପ୍ରବକ୍ତା ପ୍ରେମାନନ୍ଦ ମିଶ୍ର ଯୋଗଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

seven + 16 =