ବୌଦ୍ଧରେ ଆନ୍ତର୍ଜାତୀୟ ସୁରକ୍ଷିତ ଗର୍ଭପାତ ଦିବସ ପାଳିତ

0 135

ବୌଦ୍ଧ,୨୮/୯- ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ର ଜିଲ୍ଲା ତାଲିମ କେନ୍ଦ୍ରଠାରେ ଆନ୍ତର୍ଜାତୀୟ ସୁରକ୍ଷିତ ଗର୍ଭପାତ ଦିବସ-୨୦୨୧ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବୌଦ୍ଧ ବିଜ୍ଞାପିତ ଅଂଚଳର ସମସ୍ତ ଆଶା, ସ୍ୱାସ୍ଥ୍ୟକର୍ମୀ, ସ୍ୱୟଂସହାୟକ ଗୋଷ୍ଠୀର ପ୍ରତିନିଧି ଓ ମହିଳା ଯୋଗ ଦେଇଥିଲେ । ସୁରକ୍ଷିତ ଗର୍ଭପାତ ପାଇଁ ପ୍ରୋତ୍ସାହନ, ସହଯୋଗ ନେଇ ଗୋଷ୍ଠୀସ୍ତରରେ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହା ଆୟୋଜିତ ହୋଇଥିଲା । ସୂଚନାଯୋଗ୍ୟ ଯେ, ବୌଦ୍ଧରେ ୨୦୨୦-୨୧ ବର୍ଷରେ ମୋଟ ୪୮୯ଟି ସୁରକ୍ଷିତ ଗର୍ଭପାତ କରାଯାଇଛି । ଜିଲ୍ଲାରେ ଛଅ ଗୋଟି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ସୁରକ୍ଷିତ ଗର୍ଭପାତ ସେବା ପ୍ରଦାନ କରୁ ଅଛନ୍ତି । ଏତଦ୍‌ ବ୍ୟତୀତ କୌଣସି ବେସରକାରୀ ଅନୁଷ୍ଠାନକୁ ଗର୍ଭପାତ କରିବା ନିମନ୍ତେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସ୍ୱୀକୃତି ପ୍ରଦାନ କରାଯାଇ ନାହିଁ । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୋଷ କୁମାର ମହାପାତ୍ର ସୁରକ୍ଷିତ ଗର୍ଭପାତ ଦ୍ୱାରା ମାତୃ ମୃତ୍ୟୁହାରକୁ କିଭଳି ରୋକାଯାଇ ପାରିବ ସେ ସଂପର୍କରେ ଆଲୋଚନା କରିଥିଲେ । ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡା. ସୁଦର୍ଶନ ମେହେର ଅସୁରକ୍ଷିତ ଗର୍ଭପାତ ଜନିତ ସମସ୍ୟା ଓ ଏହାର ପ୍ରତିକାର ତଥା ଗର୍ଭପାତ ପରବର୍ତି ବିଭିନ୍ନ ଗର୍ଭନିରୋଧକ ପଦ୍ଧତି ବିଷୟରେ ଅବଗତ କରାଇଥିଲେ । ଜିଲ୍ଲା ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ପରିଚାଳକ ଗିରିଜା ପ୍ରସାଦ ମିଶ୍ର ଏମ୍‌.ଟି.ପି. ଆକ୍ଟ୍‌ ୧୯୭୧ର କାର୍ଯ୍ୟକାରିତା ଓ ଏ ନେଇ ଜନସଚେତନତା ସଂପର୍କରେ ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡା. ଭଞ୍ଜକିଶୋର ରାମଚନ୍ଦ୍ର ଦେଓ ହେମ୍ରମ୍‌, ଡିପିଏମ୍‌ ରୂପକ ମହାପାତ୍ର, ଏଡିପିଏଚ୍‌ସିଓ ସୁନୀଲ୍‌ କୁମାର ନାୟକ ଓ ସ୍ୱାସ୍ଥ୍ୟ ବିଭାଗର ବହୁ କର୍ମଚାରୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

four × 2 =