ନିଯୁକ୍ତି ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0 61

ବୌଦ୍ଧ,୨୮/୧୨- ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ରଙ୍କ ଅଧକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ନିଯୁକ୍ତି ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ବୌଦ୍ଧର ମିଳିତ ସହଯୋଗରେ ବୌଦ୍ଧ ଜିଲାରେ ଦୁଇଟି କ୍ଷୁଦ୍ର ନିଯୁକ୍ତି ମେଳା ଆସନ୍ତା ଜାନୁଆରୀ ୧୧ତାରିଖରେ ଟାଉନହଲ ପ୍ରାଙ୍ଗଣରେ ସକାଳ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଓ ୧୨ତାରିଖରେ ପଞ୍ଚାୟତ ମହାବିଦ୍ୟାଳୟ କଣ୍ଟମାଳ ଠାରେ ସକାଳ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସୂଚନାଯୋଗ୍ୟ ଯେ, ଏହି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ବେସରକାରୀ ସଂସ୍ଥାର ନିଯୁକ୍ତିଦାତା ଓ ଦକ୍ଷତା ବୃଦ୍ଧି ତାଲିମଦାତାମାନେ ଯୋଗଦେବେ । ଏହି ମେଳାକୁ ଶାନ୍ତିଶୃଙ୍ଖଳା ସହିତ କରାଯିବାନେଇ ପ୍ରସ୍ତୁତି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଏଥିପାଇଁ ଷ୍ଟଲ ପ୍ରସ୍ତୁତି, ଆଇନ ଶୃଙ୍ଖଳା ନେଇ ପ୍ରସ୍ତୁତି , ପାନୀୟ ଜଳ, ମେଡିକାଲ ସୁବିଧା, ଅଗ୍ନିଶମବାହିନୀର ପ୍ରସ୍ତୁତି ,କୋଭିଡ ନିୟମ ଅନୁପାଳନ ଓ ଆବଶ୍ୟକୀୟ କର୍ମଚାରୀଙ୍କ ଯୋଗଦାନ ଇତ୍ୟାଦି ପାଇଁ ବୈଠକରେ ଆଲୋଚନା କରାଯାଇଥିଲା । ଏହି ମେଳାରେ ଜିଲ୍ଲାର ବହୁ ଯୁୂବକ , ଯୁବତୀ ଯେଉଁଭଳି ଆବେଦନ କରିବେ ସେଥିପାଇଁ ପ୍ରଚାର ପ୍ରସାର କରିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଏହି ନିଯୁକ୍ତି ପାଇଁ ୧୮ରୁ ୩୫ ବର୍ଷ ବୟସ , ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ଶ୍ରେଣୀରୁ ଯୁକ୍ତ୩ କିମ୍ବା ଆଇଟିଆଇ, ଡିପ୍ଲୋମା ସହିତ ଆବଶ୍ୟକୀୟ ପ୍ରମାଣପତ୍ର , ଆଧାର କାର୍ଡ ନକଲ, ଶିକ୍ଷାଗତ ପ୍ରମାଣପତ୍ର ନକଲ, ପାସପୋର୍ଟ ଫଟୋ ଆବଶ୍ୟକ ବୋଲି ଜିଲ୍ଲା ନିୟୋଜନ ଅଧିକାରୀ ସୁଶାନ୍ତ କୁମାର ନାଏକ ପ୍ରକାଶ କରିଥିଲେ । ଏଥିସହିତ ମାସ୍କ ପରିଧାନ କରି ନିଯୁକ୍ତି ମେଳାରେ ଭାଗ ନେବାକୁ ଅନୁରୋଧ କରିଥିଲେ । ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହରା, ଉପଜିଲ୍ଲାପାଳ ସନତ କୁମାର ନାଏକ, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ସାଲଖୁ ମୁର୍ମୁୁ, ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ .ମନୋରଞ୍ଜନ ପଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇ , ଜିଲ୍ଲା ସୁଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ ।

hiranchal ad1
Leave A Reply

Your email address will not be published.

12 − 9 =