ବିକାଶ ହୋଇନ ଥିବାରୁ ଭୋଟ୍‌ ବର୍ଜନକଲେ ଦମଣ୍ଡା ଗ୍ରାମବାସୀ

0 204

ବୌଦ୍ଧ/ଜହ୍ନ ।ପଙ୍କ,୧୮/୨: ସ୍ୱାଧୀନତାର ୭ ଦଶନ୍ଧି ପରେ ବି ଗାଁକୁ ସବୁଦିନିଆ ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଭଳି ମୌଳିକ ସୁବିଧା ନଥିବାରୁ ଆଦି ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍‌କୁ ବର୍ଜନ କରିଛନ୍ତି ୫ଖଣ୍ଡ ଗ୍ରାମବାସୀ । ବୌଦ୍ଧ ବ୍ଳକ ସଦର ମହକୁମାଠାରୁ ବଘିଆପଡ଼ା-ବିରିଗଡ ରାସ୍ତାରେ ୩୦ କି.ମି ଗଲେ ପଡେ ଟିକରପଡ଼ା ପଂଚାୟତ । ଏହି ପଞ୍ଚାୟତ ଅନ୍ତର୍ଗତ ଦମଣ୍ଡ ।,ଗୁରୁଜୀମୁଣ୍ଡା, ଲେକଡପାଜୁୁ, ଗୁଜ ।ମୁଣ୍ଡା, ଲିମଖୁଲି ୧୩ ନଂ ୱାର୍ଡବାସୀ ବିକାଶ ନାହିଁ ତ ଭୋଟ୍‌ ନାହିଁ କହି ଭୋଟ୍‌ ଦେବାକୁ କେହି ଯାଇନାହାନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ନିର୍ବାଚନ ଆସିଲେ ନେତା ଆସନ୍ତି ବିକାଶର ଲମ୍ବା ସ୍ୱପ୍ନ ଦେଖାନ୍ତି କିନ୍ତୁ ନିର୍ବାଚନ ସରିଲେ ୫ ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ଦେଖା ମିଳେ ନାହିଁ । ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଶୁକ୍ରବାର ଶତାଧିକ ପୁରୁଷ ଓ ମହିଳାଙ୍କୁ ନେଇ ଭୀମସେନ ନାଏକଙ୍କ ନେତ୍ତୃତ୍ୱରେ ଭୋଟ୍‌ ବର୍ଜନ ପାଇଁ ଭୋଟ କେନ୍ଦ୍ର ଆଗରେ ଧାରଣାରେ ବସିଥିଲେ । ଦୀର୍ଘ ଦିନ ହେଲା ଅଞ୍ଚଳକୁ ଅବହେଳା କରି ଆସୁଥିବା ରାଜନୈତିକ ଦଳ କେବଳ ଭୋଟ ପାଇଁ ଆସୁଥିବା ବେଳେ ଜିତିଲା ପରେ ୫ ବର୍ଷ ପର୍ଯ୍ୟନ୍ତ ଦେଖାଦେଉନାହାନ୍ତି । ରାସ୍ତା ନଥିବାରୁ ଜରୁରୀ କାଳୀନ ଚିକିତ୍ସା ପାଇଁ ୩ କିମି ଚାଲିଚାଲି ଯିବା ସହିତ ରୋଗୀକୁ ଖଟରେ ବୋହି ନେବାକୁ ପଡେଆମ୍ବୁଲାନ୍ସ ଗାଁ କୁ ଆସୁନଥିବାରୁ ରୋଗୀ କୁ ୩ କିମି ବୋହିକି ନେବାକୁ ପଡିଥାଏ । ଗାଁ ରେ ନଳକୂପ ନଥିବାରୁ ଗ୍ରାମବାସୀ ନାଳ କିମ୍ବା ଗାଡ଼ିଆର ପାଣି ପିଇବାକୁ ବାଧ୍ୟ ହୁଅନ୍ତି । ଫଳରେ ବିଭିନ୍ନ ସମୟରେ ନାନା ରୋଗରେ ଆକ୍ରାନ୍ତ ହୋଇ ଆବଶ୍ୟକ ଚିକିତ୍ସା ଅଭାବରୁ ମୃତ୍ୟୁମୁଖରେ ପଡ଼ିଥାନ୍ତି । ମୁଖ୍ୟ ରାସ୍ତାକୁ ଯିିବାକୁ ହେଲେ ଏକ ନାଳ ଡେଇଁ ଯିବାକୁ ପଡେ । ବର୍ଷର ୬ ମାସ ଯାତାୟାତରେ ବାଧାପ୍ରାପ୍ତ ହୁଏ । ଏପରିକି ସ୍କୁଲ ଦୂରତା ୨ କିମି ହୋଇଥିବା ବେଳେ ବର୍ଷା ୪ ମାସ ଛାତ୍ରଛାତ୍ରୀ ପାଠ ପଢା ଠପ୍‌ ହୋଇଯାଏ । ଏନେଇ ବାରମ୍ବାର ରାଜନେତାଠୁ ଆରମ୍ଭକରି ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିଥିଲେ ମଧ୍ୟ କେହି ଗୁହାରି ଶୁଣିନାହାନ୍ତି ।

hiring

ଏପରିକି ନଭେମ୍ବର ୯ ତାରିଖରେ ବୌଦ୍ଧ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନଥିବାରୁ ଶେଷରେ ଅଞ୍ଚଳବାସି ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ । ଘଟଣାସ୍ଥଳରେ ବୌଦ୍ଧ ତହସିଲଦାର ଅବିନାଶ ପାଣ୍ଡିଆ ଓ ବିଡିଓ ଦେବୀ ପ୍ରସାଦ ଦାସ ପହଂଚି ଲୋକଙ୍କୁ ବୁଝାଇଥିଲେ ମଧ୍ୟ ସେମାନେ ନିଜ ଜିଦରେ ଅଟଳ ରହିଥିଲେ । ଫଳରେ ବୁଥରେ ଗୋଟିଏ ବି ଭୋଟ ପଡିନଥିଲା ।

hiranchal ad1
Leave A Reply

Your email address will not be published.

eighteen − one =