ବୌଦ୍ଧ,୯/୧- ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଞ୍ଜାବ ଗସ୍ତ ସମୟରେ ହୋଇଥିବା ଜାଣିଶୁଣି ଅଘଟଣ ଓ ମୋଦିଜୀଙ୍କୁ ଜୀବନରେ ମାରିଦେବାର କୁଚକ୍ରାନ୍ତକୁ ବିରୋଧକରି ବିଜେପି ବୌଦ୍ଧଜିଲ୍ଲା ତରଫରୁ ବିଭିନ୍ନ ସ୍ଥାନରେ ମୌନ ଧାରଣା ଏକ ଘଣ୍ଟା ପାଇଁ ଦିଆଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ପୁରୁଣାକଟକ ଓ ତେଲିବନ୍ଧ ଠାରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା ମାନେ ଏକ ଘଣ୍ଟିଆ ମୌନ ଧାରଣା ଦେଇଥିଲେ । ଦେଶର ସମ୍ବିଧାନ ଓ ସଂଘୀୟ ବ୍ୟବସ୍ଥା ପ୍ରତି କଂଗ୍ରେସର ଏଭଳି ଆଚରଣ ଯେତିକି ନିନ୍ଦନୀୟ ତାଠାରୁ ଅଧିକ ଘୃଣ୍ୟ । କଂଗ୍ରେସ ମନେରଖିବା ଉଚିତ ଯେ ଶ୍ରୀ ନରେନ୍ଦ୍ର ମୋଦି ବିଜେପି ନୁହେଁ, ଏ ଦେଶର ପ୍ରଧାନମନ୍ତ୍ରୀ । ତାଙ୍କର ମାନ ସମ୍ମାନ ଓ ସୁରକ୍ଷାର ଦାୟିତ୍ୱ ସମସ୍ତଙ୍କର । ଦଳର କେନ୍ଦ୍ରୀୟ ନେତାଙ୍କ ଇଙ୍ଗିତରେ ପଞ୍ଜାବ କଂଗ୍ରେସ ସରକାର ସେଦିନ କରାଯାଇଥିବା ଅପକର୍ମ ଓ କୁଚକ୍ରାନ୍ତ ଆନ୍ତର୍ଜାତୀୟ ସ୍ତରରେ ଭାରତକୁ ଲଜ୍ଜିତ କରିଛି ବୋଲି ବିଜେପି ଅନୁଭବ କରୁଅଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ନେତୃତ୍ୱରେ ଜିଲ୍ଲାର ବରିଷ୍ଠ ନେତୃବୃନ୍ଦ ଅକ୍ଷୟ କୁମାର ସାହୁ , ମାଗୁଣି ଗାଈଗୌରିଆ , ରବି ନାରାୟଣ ପ୍ରଧାନ , ପ୍ରେମାନନ୍ଦ ମିଶ୍ର, ଗରୁଡ଼ ପ୍ରଧାନ, ବାମନ ବାରିକ, ପ୍ରବୀର ମହାର, କାର୍ତିକ କର୍ଣ୍ଣ , ପ୍ରଦୀପ କୁମାର ସେଠୀ , ନବୀନ ହୋତା , ସତ୍ୟାନନ୍ଦ ପାଣ୍ଡେ , ଶ୍ୟାମ ସୁନ୍ଦର ପୁରୋହିତ, ବୈକୁଣ୍ଠନାଥ ପ୍ରଧାନ , ବିଶି କେଶନ ପ୍ରଧାନ, ନିଗମ ପ୍ରଧାନ, ବିଜୟ କୁମାର ଚାଉଳିଆ, ନିରଞ୍ଜନ ଚାଉଳିଆ, ବୃନ୍ଦାବନ ଦନ୍ତା , ବାବୁଲୁ ପ୍ରଧାନ , ଅନିଲ କୁମାର ପ୍ରଧାନ ପମୁଖ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ ।