ଜାଭିୟର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ

0 174

ବୌଦ୍ଧ,୨୮/୧୨- ବୌଦ୍ଧଜିଲ୍ଲାକୁ ପଞ୍ଚାୟତିରାଜ ପରିଚାଳନାର ତାଲିମପାଇଁ ଆସିଥିବା ଜାଭିୟର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ପଞ୍ଚାୟତିରାଜ ବିଭାଗର ତୃଣମୂଳସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତା ଉପରେ ଏହି ଛାତ୍ରଛାତ୍ରୀ ତଥ୍ୟ ସଂଗ୍ରହ କରିବା ସହିତ ତାଲିମ ଗ୍ରହଣ କରିବେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର, ତହସିଲଦାର ଅବିନାଶ ପାଣ୍ଡିଆ,ଡେପୁଟି କଲେକ୍ଟର ଅବନୀକାନ୍ତ ସାହୁ,ଏପିଡି ଗୋଲକ ଚନ୍ଦ୍ର ଦଳେଇ ଛାତ୍ରଛାତ୍ରୀଙ୍କୁ ପଞ୍ଚାୟତସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସଂପର୍କରେ ଅବଗତ କରାଇଥିଲେ । ଏହି ଛାତ୍ରଛାତ୍ରୀମାନେ ତିନୋଟି ଦଳରେ ବିଭକ୍ତ ହୋଇ ହରଭଙ୍ଗା ବ୍ଲକର ବାମଣ୍ଡା ଓ ସରସରା ଏବଂ ବୌଦ୍ଧ ବ୍ଲକର ମୁର୍ଷୁଣ୍ଢିି ଗ୍ରାମପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନାର ସଫଳତା ନେଇ ଅନୁଧ୍ୟାନ କରିବେ ବୋଲି ଜଣାପଡିଛି । ସରକାରୀ ଯୋଜନା ଗୁଡିକ ଲୋକଙ୍କ ପାଖରେ କିପରି ଠିକ୍‌ ଭାବରେ ପହଞ୍ଚି ପାରିବ ଏହି ଛାତ୍ରଛାତ୍ରୀମାନେ ବିଭିନ୍ନ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ତଥ୍ୟ ସଂଗ୍ରହ କରିବେ । ଏହି ୭ ଜଣିଆ ଦଳକୁ ତିନୋଟି ଦଳରେ ବିଭକ୍ତ କରାଯାଇଥିବାବେଳେ ପ୍ରଥମ ଦଳରେ ହରସିମରନ କାଉର ଓ ବିଶାଲ କୁମାର ବନଛୋର,ଦ୍ୱିତିୟ ଦଳରେ ମେହେଲି ରାୟଚୌଧୁରୀ,ସୋହମ ପରୀକ୍ଷିତ ମିଶ୍ର ଓ ତୃତୀୟ ଦଳରେ ଭଂସିକା ସିଂହ,ଅନିର୍ବାଣ ଦାଶ ଓ ସତ୍ୟବ୍ରତ ଦାଶ ଥିବା ଜଣାଯାଇଛି । ଛାତ୍ରଛାତ୍ରୀଙ୍କ ଦ୍ୱାରା ଏହି ତାଲିମ ଓ ତଥ୍ୟ ସଂଗ୍ରହ ଅଭିଯାନ ୨୭ ଜାନୁୟାରୀ (ଏକମାସ) ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ଆଜି ପ୍ରଥମ ଦିବସରେ ଛାତ୍ରଛାତ୍ରୀମାନେ ବୌଦ୍ଧର ଐତିହାସିକ ସଂଗ୍ରହାଳୟ ବୁଲି ଦେଖିବାସହ ଜିଲ୍ଲାର ଐତିହ୍ୟ,ପରମ୍ପରା,ସଂସ୍କୃତି,ପର୍ବପର୍ବାଣୀ,ଖାଦ୍ୟ ଓ ଚଳଣି ଉପରେ ତଥ୍ୟ ସଂଗ୍ରହ କରିଥିଲେ । ଛାତ୍ରଛାତ୍ରୀମାନେ ବୌଦ୍ଧର ସଂଗ୍ରହାଳୟ ମଧ୍ୟରେ ସଂରକ୍ଷିତ ଥିବା ବିଭିନ୍ନ ସାମଗ୍ରୀ ଦେଖି ଅଭିଭୂତ ହେବା ସହିତ ଜିଲ୍ଲାପାଳଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ତହସିଲଦାର ଅବିନାଶ ପାଣ୍ଡିଆ,ଜିଲା ସଂସ୍କୃତି ଅଧିକାରୀ ବିରଞ୍ଚି ଧରୁଆ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ଓ ସ୍ଥପତି ସୁମନ ଷଡଙ୍ଗୀ ଛାତ୍ରଛାତ୍ରୀମାନଙ୍କୁ ସଂଗ୍ରହାଳୟ ବୁଲାଇବା ସହିତ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ ।

hiranchal ad1
Leave A Reply

Your email address will not be published.

four + five =