ସେଣ୍ଟ୍‌ ଜାଭିୟର୍ସ ପବ୍ଲିକ ସ୍କୁଲ ବୌଦ୍ଧରେ ଗୁରୁଦିବସ ପାଳିତ

0 63

ବୌଦ୍ଧ,୫/୯- ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିବସ ସେପ୍ଟେମ୍ବର ୫ ତାରିଖକୁ ଗୁରୁଦିବସ ଭାବେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ବୌଦ୍ଧସ୍ଥିତ ସେଣ୍ଟ୍‌ ଜାଭିୟର୍ସ ପବ୍ଲିକ ସ୍କୁଲରେ ମଧ୍ୟ ଗୁରୁଦିବସ ଧୁମ୍‌ଧାମରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ସସ୍ମିତା ସେନାପତି ସଭାପତିତ୍ୱରେ ଅନୁଷ୍ଠିତ ଗୁରୁସମ୍ମାନ ଉତ୍ସବରେ ଛାତ୍ରୀମାନେ ଗୁରୁମାନଙ୍କର ପଦଧୌତ କରିବା ସହିତ ଫୁଲ ଚନ୍ଦନ ଦେଇ ପୂଜା କରି ଆଶୀର୍ବାଦ ନେଇଥିଲେ । ଅଧ୍ୟକ୍ଷା ଶ୍ରୀମତୀ ସେନାପତି ଏହି ଗୁରୁଦିବସ ପାଳନର ମହତ୍ତ୍ୱକୁ ବିଭିନ୍ନ ଗଳ୍ପ ଓ ଉଦାହରଣ ଦେଇ ଛାତ୍ରଛାତ୍ରୀମାନଙ୍କୁ ଗୁରୁଙ୍କୁ କିପରି ଶ୍ରଦ୍ଧା ଓ ଭକ୍ତି କରିବେ ତାହା ବୁଝାଇଥିଲେ । ଛାତ୍ରଛାତ୍ରୀମାନେ ମଧ୍ୟ ଗୁରୁଦିବସରେ ନିଜ ନିଜର ମତ ଉପସ୍ଥାପନ କରିଥିଲେ । ଆସନ୍ତା ଦିନରେ ବିଶ୍ୱଗୁରୁ ପୁନର୍ବାର ପ୍ରତିଷ୍ଠା ପାଇଁ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତେ ସଂକଳ୍ପ ନେବାର ଆବଶ୍ୟକତା ରହିଛି ବୋଲି ଶିକ୍ଷକ ଶିକ୍ଷୟିତ୍ରୀମାନେ ମତ ରଖିଥିଲେ । ଗୁରୁଦିବସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିଦ୍ୟାଳୟର ଉପାଧ୍ୟକ୍ଷ ସତ୍ୟରଞ୍ଜନ ସାହୁ, ଶିକ୍ଷୟିତ୍ରୀ ସ୍ମିତା ପଟ୍ଟନାୟକ, ରୋଜାଲିନ ମିଶ୍ର, ସୌଦାମିନୀ ଗୌଡ଼, ଆର୍ଯ୍ୟା ଅର୍ସନ ଯେନା, ଅଞ୍ଜଳି ସାହୁ, ସାବିତ୍ରୀ ମିଶ୍ର, ଚନ୍ଦ୍ରମା ଯୋଶୀ, ସୁଦେଷ୍ଣା ବେହେରା, ରାଜଶ୍ରୀ ପ୍ରଧାନ, ଖୁସବୁ କୁମାରୀ, ବର୍ଷା ସାହୁ, ମମତା ପ୍ରିୟଦର୍ଶିନୀ ଦାସ, ସୋନାଲିକା ଗାଈଗୌରିଆ, ଦେବଯାନୀ ପାଣିଗ୍ରାହୀ, ସୋନାଲି ମେହେର, ଅନ୍ୱେଷା ମାଝୀ, କଲ୍ୟାଣୀ ପ୍ରଧାନ, ଏଲିନା ମିଶ୍ର ନିଜ ନିଜ ମତ ପ୍ରଦାନ କରିବା ସହିତ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଓଡିଶୀ, ସମ୍ବଲପୁରୀ ସହିତ ବିଭିନ୍ନ ନୃତ୍ୟ ଗୀତ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସିନିଅର ଛାତ୍ରଛାତ୍ରୀମାନେ ସଂଯୋଜନା କରିଥିଲେ ।

hiranchal ad1
Leave A Reply

Your email address will not be published.

fourteen + 11 =