ତିନି ବରିଷ୍ଠ ଅଧିକାରୀ ପଦୋନ୍ନତି ପାଇ ବୌଦ୍ଧଜିଲ୍ଲାରେ ହିଁ ପାଇଲେ ନିଯୁକ୍ତି

0 552

ବୌଦ୍ଧ,୨୭/୧୦- ବୌଦ୍ଧଜିଲ୍ଲାରେ ବିଭିନ୍ନ ପଦପଦବୀରେ ଦୀର୍ଘଦିନ ଧରି ଥିବା ୩ଜଣ ବରିଷ୍ଠ ଅଧିକାରୀଙ୍କୁ ସରକାର ପଦୋନ୍ନତି ଦେଇ ପୁଣି ବୌଦ୍ଧରେ ହିଁ ଅବସ୍ଥାପିତ କରିଥିବା ଜଣାପଡିଛି । ପ୍ରାପ୍ତ ଖବର ଅନୁସାରେ ବୌଦ୍ଧରେ ୨ବର୍ଷ ଧରି ଉପଜିଲ୍ଲାପାଳ ରହି ପରେ ବୌଦ୍ଧରେ ହିଁ ଅତିରିକ୍ତ ଜିଲ୍ଲାପାଳ ଥିବା ଏନ.ସି ଜ୍ୟୋତିରଞ୍ଜନ ନାୟକଙ୍କୁ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନର ମ୍ୟାନେଜର ଭାବେ ବଦଳି କରାଯାଇଛି । ସେହିପରି ବୌଦ୍ଧଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଥିବା ବବିତାରାଣୀ ଦଳବେହେରାଙ୍କୁ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ବୌଦ୍ଧ ଉପଜିଲ୍ଲାପାଳ ଅଶ୍ୱିନୀ ମେହେରଙ୍କୁ ପଦୋନ୍ନତି ଦେଇ ବୌଦ୍ଧଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ବୌଦ୍ଧ ତହସିଲଦାର ସନତ ନାୟକଙ୍କୁ ପଦୋନ୍ନତି ଦେଇ ବୌଦ୍ଧ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

three × four =